Latest Odisha News

BREAKING NEWS

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ମିଳୁନି ସୀମାଞ୍ଚଳଙ୍କ ପତ୍ତା, DNA ଟେଷ୍ଟ ପାଇଁ ପହଞ୍ଚିଲେ ପରିବାର ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ନିକଟରେ ହୋଇଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ୯ ଦିନ ପୁରିଗଲାଣି । ହେଲେ ଏଯାଏଁ ମିଳୁନି ନିଖୋଜ ସୀମାଞ୍ଚଳ ପରିଡାଙ୍କ ପତ୍ତା । ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପରିବାର ଲୋକେ  ଇତି ମଧ୍ୟରେ  DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ସୀମାଞ୍ଚଳଙ୍କ ବାପା, ମା’ ଓ ଭାଇ ଅଛନ୍ତି।

ଅନ୍ୟପକ୍ଷରେ ବିସ୍ଫୋରଣ କାହାର ଭୁଲ ପାଇଁ ହେଲା, କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସୀମାଞ୍ଚଳଙ୍କ ବାପା ପ୍ରଶ୍ନ କରିଛନ୍ତି । ପୁଅ ନିଖୋଜ ନେଇ ପ୍ରକୃତ ତଥ୍ୟ କ’ଣ ତାହା ସ୍ପଷ୍ଟ କରାଯାଉ ବୋଲି ସେ କହିଛନ୍ତି।  ଗତ ୭ ତାରିଖରେ ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୁଲିସ୍‌। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍ ପୁଲିସ୍‌ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

Leave A Reply

Your email address will not be published.