ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।
ଦୁଇ ଦିନ ତଳେ ଦନ୍ତା ହାତୀର ମୃତଦେହ ମହଦା ଗାଁ ନିକଟ ଜଙ୍ଗଲରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଦନ୍ତାର ମୃତ୍ୟୁ ହୋଇଥିବା ବିନିକା ରେଞ୍ଜର କହିଥିଲେ ।
ଏବେ ମାମଲାରେ ବାପୁପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।
Comments are closed.