Latest Odisha News

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।

ଦୁଇ ଦିନ ତଳେ ଦନ୍ତା ହାତୀର ମୃତଦେହ ମହଦା ଗାଁ ନିକଟ ଜଙ୍ଗଲରେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଦନ୍ତାର ମୃତ୍ୟୁ ହୋଇଥିବା  ବିନିକା ରେଞ୍ଜର କହିଥିଲେ ।

ଏବେ ମାମଲାରେ ବାପୁପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।

Leave A Reply

Your email address will not be published.