ନୂଆପଡା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ବାଇକ୍ରେ ଯାଉଥିବା ବେଳେ ପଛରୁ ପିଟିଲା ଟ୍ରକ୍। ନୂଆପଡ଼ା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେରେ ଏଭଳି ଦୁର୍ଘଟଣା ଘଟିଛି।
ମୃତକ ଦ୍ୱୟ ହେଲେ କୋମନା ଥାନା ମିଛାପାଲି ଗାଁର କମଳ ପାଟକୀନାରା (୩୫) ଓ ତାଙ୍କ ପୁଅ ଦୀପକ୍ ପାଟକିନାରା (୫)।
ମିଳିଥିବା ସୂଚନା ଅନୁସାରେ, କୌଣସି କାମ ପାଇଁ ବାପ-ପୁଅ ବାଇକ୍ରେ ବସି ନୂଆପଡା ଅଭିମୁଖେ ଯାଉଥିବା ବେଳେ କୁସଦହନା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଉଭୟ ବାପା ପୁଅଙ୍କ ଜୀବନ ଚାଲିଯାଇଥିଲା।
ଦୁର୍ଘଟଣା ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଲଖନା ପୁଲିସ୍। ଧକ୍କା ଦେଇଥିବା ଟ୍ରକ୍ ଜବତ କରିବା ସହ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
Comments are closed.