Latest Odisha News

ଆଧ୍ୟାତ୍ମିକ ଭାବନା ସହ ମୃଦଙ୍ଗର ତାଳେ ତାଳେ ୪ ବର୍ଷର ବାଳକ

କାମାକ୍ଷାନଗର : କଥାରେ ଅଛି ମଣିଷ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ । ଅର୍ଥାତ ସବୁ ମଣିଷଙ୍କ ପାଖେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଥାଏ । ଯାହାକୁ ଦେଖି ଭଗବାନ ସନ୍ତୋଷ ଲାଭ କରନ୍ତି । ସେଭଳି ଦିବ୍ୟଜ୍ଞାନ ଦେଖିବାକୁ ମିଳିଛି ୪ବର୍ଷର ଶିଶୁପୁତ୍ର ଗୋବିନ୍ଦଙ୍କ ପାଖରେ । ବୟସ ୪ କୁ ମୃଦଙ୍ଗ ଭାରି , ତଥାପି ତାଳ ସହ ତାଳ ଦେଇ ମୃଦଙ୍ଗ ବଜାଉଛନ୍ତି ଗୋବିନ୍ଦ । ଗାଁରେ ସଂକୀର୍ତ୍ତନ ସମାରୋହ ହେଉ ଅବା ଅଷ୍ଟପ୍ରହରୀ । ସବୁଠି ଗୋବିନ୍ଦଙ୍କୁ ନଡାକିଲେ ମଜା ଲାଗି ନଥାଏ । ଗୋବିନ୍ଦର ତାଳେ ତାଳେ ଝୁଲନ୍ତି ଟୋକାଠୁ ବୁଢା । ନିଜ ମୃଦଙ୍ଗର ତାଳେ ତାଳେ ସମସ୍ତଙ୍କୁ ବିମୋହିତ କରୁଛନ୍ତି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନୂଆ ବତାସିଂହ ଗାଁର କୃଷ୍ଣଚନ୍ଦ୍ର ପାଣି ଓ ରାଜଶ୍ରୀ ରଥଙ୍କର ୪ ବର୍ଷର ପୁଅ ହେଉଛନ୍ତି ବିରାଜ ପାଣି । ଗେହ୍ଲାରେ ସମସ୍ତେ ଗୋବିନ୍ଦ ଏବଂ ବଜରଙ୍ଗୀ ବୋଲି ଡାକନ୍ତି । ତାଳଚେର ଥର୍ମାଲ ସ୍ଥିତ କିଡସ୍ ପ୍ଲେ ସ୍କୁଲରେ ନର୍ସରୀରେ ପାଠ ପଢନ୍ତି ବିରାଜ । ୪ ବର୍ଷର ଏହି ଶିଶୁପୁତ୍ର ପାଖରେ ରହିଛି ନିଖୁଣ କଳା । ଯାହା ସମସ୍ତଙ୍କୁ ଚକିତ କରିଛି । ବିରାଜଙ୍କ ଜେଜେବାପା ତଥା ଅବସରପ୍ରାପ୍ତ ଲୋକ ପାଇଲଟ ବସନ୍ତ କୁମାର ପାଣିଙ୍କ ଦ୍ଵାରା ସେ ଅନୁପ୍ରାଣିତ ହୋଇଛନ୍ତି ଗୋବିନ୍ଦ । ୨ ବର୍ଷ ବୟସରେ ବିରାଜଙ୍କ ପାଖରେ ଥିବା ପ୍ରଖର ଧୀଶକ୍ତି ଏବଂ ଜିଜ୍ଞାସା ତାଙ୍କୁ ଜଣେ କୁନି ବାଦ୍ୟକାର ଭାବେ ପରିଚିତ କରିଛି ।

ଛୋଟ ବେଳରୁ ଜେଜେବାପା ବସନ୍ତଙ୍କ ପାଖରେ ରହି ବହୁତ କିଛି ଶିଖିଛନ୍ତି ବିରାଜ । ବିରାଜଙ୍କ ବାପା ଜଣେ ସଫ୍ଟଓୟାର ଇଂଜିନିୟର ହୋଇଥିଲେ ସୁଦ୍ଧା ତାଙ୍କ ପାଖରେ ବାପା ଅଜାଙ୍କର କଳା ନିପୁଣତାର ଛାପ ରହିଯାଇଛି । ଅବସର ସମୟରେ ସେ ନିଜକୁ ବାଦ୍ୟ ଓ ସଂକୀର୍ତ୍ତନରେ ପ୍ରଭୁଙ୍କ ନିକଟରେ ନିୟୋଜିତ କରନ୍ତି । ଯାହାଙ୍କର ପ୍ରଭାବ ଆଜି ୪ ବର୍ଷର ଶିଶୁପୁତ୍ର ଗୋବିନ୍ଦଙ୍କ ଠାରେ ଦେଖିବାକୁ ମିଳିଛି । ସୁନ୍ଦର ରଙ୍ଗରସରେ ତାଳକୁ ତାଳ ଦେଇ ବାଦ୍ୟ ପରିବେଷଣ କରୁଛନ୍ତି ଗୋବିନ୍ଦ ।

ଗୋବିନ୍ଦର ଏହି ପ୍ରତିଭାକୁ ନେଇ ଜେଜେ ବସନ୍ତ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଗୋବିନ୍ଦଙ୍କ ବାପା କୃଷ୍ଣଚନ୍ଦ୍ର ପାଣି ହେଉଛନ୍ତି ସଫ୍ଟଓୟାର ଇଂଜିନିୟର । ତଥାପି କୁନି ପୁଅକୁ ଜଣେ ଭଲ ବାଦ୍ୟକାର ଭାବେ ଗଢି ତୋଳିବା ପାଇଁ ପ୍ରୟାସ ଜାରି ରହିଛି । କୌଣସି ପ୍ରଫେସନ ଛୋଟ ହୋଇ ନଥାଏ ବରଂ ଯାହାର ଯେଉଁ ରୁଚି ତାଙ୍କୁ ସେହି ବାଟରେ ନେଲେ ଦିନେ ନା ଦିନେ ସେ ତାର ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ବୋଲି କହିଛନ୍ତି ଗୋବିନ୍ଦଙ୍କ ବାପା।

ପାରମ୍ପରିକ କଳାର ରୁଚି ଏକ ବଡ଼ ନିଦର୍ଶନ । ଯାହା କୁନି ଶିଶୁ ଗୋବିନ୍ଦ ପାଖରେ ଥିବା ଅନ୍ତର୍ନିହିତ ପ୍ରତିଭା ଓଡିଶା କଳା ସଂସ୍କୃତିକୁ ଉଜ୍ଜୀବିତ କରୁଛି ।

Leave A Reply

Your email address will not be published.