Latest Odisha News

BREAKING NEWS

ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଣି: ବାପ ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର :ହତ୍ୟାକାଣ୍ଡ ମମାଲାର ଶୁଣାଣି । ଐତିହାସିକ ରାୟ ଶୁଣାଇଲେ ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ । ଏକ ହତ୍ୟାକାଣ୍ଡ ମାମଲାରୁ ରାୟ ଶୁଣାଣି କରି ବାପା ଓ ତିନି ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୨ ଜଣ ସାକ୍ଷ ପ୍ରମାଣକୁ ଭିତ୍ତ କରି ନବରଙ୍ଗପପୁର ଜିଲ୍ଲା ଦୌରାଜଜ୍ ସଂଜୀବ ଦୁବେ ମାମଲାର ବିଚାର କରି ବାପ ଓ ତିନି ପୁଅଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଏବଂ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନେ ଶୁଣାଇଛନ୍ତି ଦୌରାଜଜ୍ ।

ଏହି ଜରିମାନାର ଅନାଦେୟ ହେଲେ ଏକ ବର୍ଷ ଅଧିକ ଶଶ୍ରମ କାରାଦଣ୍ଡା ଦେଶ ରାୟ ଶୁଣାଇଛନ୍ତି ଜିଲ୍ଲା ଜୌରାଜଜ୍ ।୨୦୧୯ ମସିହାର ଏପ୍ରିଲ ମାସ ୫ ତାରିଖରେ କଳାମଗୁଡା ଥାନା ଅନ୍ତର୍ଗତ ବି ଗୁମଣ୍ଡଳୀ ଗ୍ରାମର ନିଜ ସାନ ଭାଇ ପଦ୍ମନ ନାୟକଙ୍କ ସହ ଏକ ଜମିଜମା ବିବାଦ ଘଟଣା ହୋଇଥିଲା । ଯାହା ଫଳରେ ସାନ ଭାଇ ପଦ୍ନନ ନାୟକ ଗୁରୁତର ହୋଇଥିଲେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମନଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ମୃତ ପଦ୍ମନଙ୍କ ସ୍ତ୍ରୀ ଡମୁଣି ନାୟକ କୋଷାମଗୁଡା ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଅନୁସାରେ ପ୍ରେମ ନାଥ ନାୟକ , ଶ୍ରୀଧର ନାୟକ , ଶ୍ୟାମ ସୁନ୍ଦର ନାୟକ ଏବଂ ଦାମଦୋର ନାୟକଙ୍କ ବିରୋଧରେ ମାମଲା ଚାଲିଥିଲା ।ଆଜି ଏହାର ଶୁଣାଣି କରିଛନ୍ତି ନବରଙ୍ଗପୁର ଜିଲ୍ଲା ଦୌର ଜଜ୍ ।

Leave A Reply

Your email address will not be published.