Latest Odisha News

BREAKING NEWS

ଫସଲ ନଷ୍ଟ , ଋଣ ନେଲା ଚାଷୀଙ୍କ ଜୀବନ , କ୍ଷତିପୂରଣ ଦାବି କଲେ ପରିବାର

ଜୀବନ ନେଇଗଲା ଋଣ ଭାର

ଯାଜପୁର : ଜୀବନ ନେଇଗଲା ଋଣ ଭାର । ଋଣ ଭାର ସହି ନପାରି ଜୀବନ ହାରିଦେଲେ ଚାଷୀ ।ଯାଜପୁର ଜିଲ୍ଲା ବିଂଝାରପୁରର ଜରି ନାଉବାଙ୍କ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।
ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଥିବା ବେଳେ । ଧାର କରଜ ସୁଝିବା ଚିନ୍ତାରେ ତାଙ୍କର ଜୀବନ ଚାଲିଯାଇଛି ।

ଚାଷ କରିବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଉଧାର କରିବା ସହ ସମବାୟ ସମିତି ଠାରୁ ଋଣ ନେଇଥିଲେ କିନ୍ତୁ ଚାଷ ନଷ୍ଟ ହୋଇଯିବା କାରଣରୁ ସୁଝିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା ଚାଷୀଙ୍କର ।ଫଳରେ ନବଘନ ବିଷ ପିଇ ଦେଇଥିଲେ ।ତାଙ୍କୁ ପ୍ରଥମେ ବିଂଢଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ବିଗିଡିବାରୁ ଯାଜପୁର ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଧାର କରଜ କରି ଜୀବନ ହାରିଦେଇଥିବା ନବଘନଙ୍କ ପରିବାର ସରକାର କ୍ଷତି ପୁରଣ ଦେବା ପାଇଁ ଦାବି କରିଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ଏନେଇ ପଚାରିବାରୁ ସେ ଗଣମାଧ୍ୟମ ସାମ୍ନାରେ କିଛି କହିବାକୁ ମନାକରିଦେଇଥିଲେ ।

Leave A Reply

Your email address will not be published.