Latest Odisha News

ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା ।

ଖବର ମୁତାବକ, ଗତକାଲି ଶହେ ଟଙ୍କା ପାଇଁ ଅଭିଯୁକ୍ତ ବାପା ମାନସ ବେହେରା ତାଙ୍କ ପୁଅ ସହ ବଚସା ହୋଇଥିଲା । ଏହା କ୍ରମଶଃ ଉଗ୍ର ରୂପ ନେବାରୁ କ୍ରୋଧରେ ଜର୍ଜରିତ ହୋଇଥିବା ବାପା । ଶୋଇଥିବା ବେଳେ ପୁଅକୁ କଟୁରୀରେ ହାଣିଦେଲା ବାପା । ପୁଅର ଚିତ୍କାର ଶୁଣି ପାଖ ପଡୋଶୀ ଦୌଡି ଆସି ମାନସ ବେହେରାଙ୍କୁ କାବୁ କରି ପୁଅକୁ ମେଡିକାଲ ପଠାଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାନସଙ୍କୁ ଗରିଫ କରି ଥାନାକୁ ନେଇ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Comments are closed.