Latest Odisha News

ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲା ବାପା

ଅନୁଗୁଳ: ପାରିବାରିକ କଳହରୁ ଦୁଇ ପୁଅକୁ ବିଷ ଦେଇ ହତ୍ୟା ଉଦ୍ୟମ କଲା ବାପା । ଅନୁଗୁଳ ଜିଲ୍ଲା ନୂଆଖେତା ଜଙ୍ଗଲରେ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବିଷ ପିଆଇଥିଲା ବାପା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ତୁବେ ଗ୍ରାମର କାଳୀଚରଣ ପ୍ରଧାନ ଦୁଇ ନାବାଳକ ପୁଅଙ୍କୁ ମାରିବାକୁ ଉଦ୍ୟମ କରିଥିଲଲେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଝଗଡ଼ାରୁ ବାପା ଏଭଳି କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି । ଶୁକ୍ରବାର ଅପରାହ୍ନ ସମୟରେ କାଳୀଚରଣ ଛୁଆଙ୍କୁ ସ୍କୁଲରୁ ଆଣିବା ବେଳେ ବନ୍ତଳା ଥାନା ନୂଆଖେତା ଅଞ୍ଚଳରେ ତାଙ୍କୁ ବିଷ ଦେଇଥିଲେ ।

ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ଦୁଇ ଶିଶୁଙ୍କୁ ପ୍ରଥମେ ବନ୍ତଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବାପାକୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ରହିଛି ।

 

Comments are closed.