Latest Odisha News

BREAKING NEWS

ପଟିଆ ଅଞ୍ଚଳରେ ବାପ-ଝିଅ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ଛୁଇଁଛି।

ସରକାରୀ ସୂତ୍ର ଅନୁଯାୟୀ, ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ୪୦ ବର୍ଷ ବୟସ୍କା ବ୍ୟକ୍ତି ଏବଂ ତାଙ୍କର ୮ ବର୍ଷର ଝିଅ। ସେମାନେ ଭୁବନେଶ୍ୱରର ପାଟିଆ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଦିଲ୍ଲୀ ରହିଛି।

ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିବା ସହ ନିକଟବର୍ତ୍ତୀ ଘର ଗୁଡ଼ିକୁ ସାନିଟାଇଜ କରାଯାଉଥିବା ନେଇ ଟ୍ବିଟ୍ ଜରିଆରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ।

ସୂଚନାଯୋଗ୍ୟ, ୩ ମୃତ୍ୟୁ ଏବଂ ୫୧ ଆରୋଗ୍ୟଙ୍କ ସହ ଭୁବନେଶ୍ୱରରେ ବର୍ତ୍ତମାନ ୩୪ଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.