Latest Odisha News

BREAKING NEWS

ଆଜି ଯାଜପୁରରୁ ଚିହ୍ନଟ ୭ ପଜିଟିଭଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର : ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୫ ଜଣଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୭ ଜଣ ରହିଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଏହି ୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଛି। ଏଥିମଧ୍ୟରୁ ୨୫୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୬୬ ଟି ଆକ୍ଟିଭ କେସ ରହିଛି। ତେବେ ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ସମସ୍ତ ୭ ଆକ୍ରାନ୍ତ ଦଶରଥପୁର ବ୍ଲକ ଅଞ୍ଚଳର ।

ଏମାନଙ୍କ ମଧ୍ୟରୁ ୩ ଜଣ ଦିଲ୍ଲୀ ଫେରନ୍ତା ହୋଇଥିବା ବେଳେ ସୁରାଟ ରୁ ୨ ଜଣ ଓ କଲିକତା ରୁ ୨ ଜଣ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସପ୍ତାହକ ସଟଡାଉନ୍ ର ଆଜି ଦ୍ବିତୀୟ ଦିନରେ ଯାଜପୁର ଜିଲ୍ଲାରେ ସଟଡାଉନ୍ କଟକଣା ବଳବତ୍ତର ରହିଛି।

Leave A Reply

Your email address will not be published.