Latest Odisha News

ପିକଅପ୍ ଭ୍ୟାନ୍ ଧକ୍କାରେ ବାପ, ଝିଅ ମୃତ

କଟକ: ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ । ଗୁରୁବାର କଟକ-ଚାନ୍ଦବାଲି ରାସ୍ତାରେ ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସତ୍ୟଭମାପୁରର ବାପ, ଝିଅ ଅନୁଭବ ସାମଲ ଓ ଅଞ୍ଜଳି ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଭୋର୍ ପ୍ରାୟ ୩ଟା ସମୟରେ ବାଇକ୍ ଯୋଗେ ବାପ, ଝିଅ ଷ୍ଟେସନ୍ ଯାଉଥିଲେ । କଟକ ଆଡ଼ୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହୋଇଥିଲା । ପୋଲିସ ଖବର ପାଇ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତର ବାପ, ଝିଅଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଉଭୟ ଗାଡ଼ିକୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.