Latest Odisha News

ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ହାରିଲା ବାଂଲାଦେଶ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ପ୍ରଥମ ଶତକ ମାରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରୁସୋଙ୍କ ବିସ୍ଫୋରକ ଶତକ ବଳରେ ୧୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା । ରୁସୋ ୫୬ ବଲରେ ୧୦୯ ରନର ଇନିଂସ ଖେଳିଥିଲେ । କ୍ୱିଟଂନ ଡିକକ ୬୩ ରନ କରିଥିଲେ । ଜବାବରେ ବାଂଲାଦେଶ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ କରିବାକୁ ସକ୍ଷମ ହୋଇଥିଲା । ଲିଟନ ଦାସ (୩୪)ଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ । ୬ଜଣ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।

ଆର୍ନିଚ ନୋର୍ଟେଜ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୪ଟି ଓ ଟାର୍ବେଜ ସାମସି ୩ଟି ୱିକେଟ ଅକ୍ତିଆର କରି ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ରୁସୋଙ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.