Latest Odisha News

BREAKING NEWS

ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ

ଗଞ୍ଜାମ: ରାତି ପାହିଲେ ପୁଅର ବାହାଘର ହେବାକୁ ଥିବା ବେଳେ ପୂର୍ବଦିନ ବାପା ଚାଲିଗଲେ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମରେ ଏପରି ଘଟଣା ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୬୦ ବର୍ଷୀୟ ମଙ୍ଗୁଳୁ ଗୌଡ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୟସ ତାଙ୍କର ୫୮ବର୍ଷ ।

ଖବରମୁତାବକ, ବାପା ମଙ୍ଗୁଳୁ ଗୌଡ ମୋଟର ଦ୍ବାରା ଟାଙ୍କିରେ ପାଣି ଭର୍ତ୍ତି କରୁଥିବା ବେଳେ ସର୍ଟ ସର୍କିଟ ହୋଇ ବିଦ୍ୟୁତ ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.