ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୩)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଝଗଡ଼ା ଲାଗି ରହିଥିଲା। ଉତ୍କ୍ଷୀପ୍ତ ହୋଇ ପୁଅ ଅରୁଣ ଏକ ଛୁରିରେ ବାପା ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦେବରାଜ ଛଟପଟ ହେଉଥିବା ବେଳେ ଅରୁଣ ଫେରାର୍ ହୋଇଯାଇଥିଲେ। ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଙ୍ଗଳବାର ଦେବରାଜଙ୍କ ଶବର ପଞ୍ଚନାମା କରାଯିବା ସହିତ ଘଟଣାସ୍ଥଳକୁ ଫରେନ୍ସିକ୍ ଟିମ୍ ଯାଇ ତଦନ୍ତ କରୁଥିବା ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅରୁଣଙ୍କ ଗିରଫ ପାଇଁ ଉଦ୍ୟମ ଚାଲିଥିବା ସେ ପ୍ରକାଶ କରିଛନ୍ତି।
BREAKING NEWS
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
Comments are closed.