Latest Odisha News

BREAKING NEWS

ଆନ୍ତର୍ଜାତୀୟ ରିପୋର୍ଟ ଓ ଭାରତ ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ସଦ୍ୟ ପ୍ରକାଶିତ ବିଶ୍ୱ କ୍ଷ଼ୁଧା ସୂଚକାଙ୍କ ଅର୍ଥାତ୍ ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ୧୨୧ଟି ଦେଶ ମଧ୍ୟର଼ୁ ଭାରତ ୧୦୭ତମ ସ୍ଥାନରେ ଅଛି । ଭାରତ ତଳକ଼ୁ ବିଶ୍ୱର ମାତ୍ର ୧୪ଟି ଦେଶ ଅଛନ୍ତି । ବାଂଲାଦେଶ, ନେପାଳ ପରି ଦେଶ ମଧ୍ୟ ଭାରତ ଠାର଼ୁ ଭଲ ସ୍ଥିତିରେ ଅଛନ୍ତି । ଏହା ପୂର୍ବର଼ୁ ୨୦୨୦ରେ ଭାରତ ୯୪ତମ ସ୍ଥାନରେ ଥିଲା ଓ ୨୦୨୧ରେ ୧୦୧ତମ ସ୍ଥାନକ଼ୁ ଖସିଥିଲା । ଚଳିତ ବର୍ଷ ଆଉ ଛଅଟି ସ୍ଥାନ ତଳକ଼ୁ ଖସିଛି । ବିଶ୍ୱ କ୍ଷ଼ୁଧା ସୂଚକାଙ୍କରେ ଭାରତ କ୍ରମାଗତ ଭାବେ ତଳକ଼ୁ ତଳକ଼ୁ ଖସି ଚାଲିଛି ।

ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ରିପୋର୍ଟ ଅନ଼ୁସାରେ ବିଶ୍ୱର ୮୨୮ ବିଲିଅନ୍ ଲୋକ ଭୋକରେ ଶୋଇବାକ଼ୁ ଯାଉଛନ୍ତି । ଆନ୍ତର୍ଜାତୀୟ ସଂସ୍ଥା କନ୍‌ସନ୍ ୱାର୍ଲଡ଼୍ ୱାଇଡ଼୍ ଓ ୱେଲ୍‌ଟ ହଙ୍ଗର ହିଲ୍ଫେ ଦ୍ୱାରା ପ୍ରତ୍ୟେକ ବର୍ଷ ଅକ୍ଟୋବରରେ ଏହି ରିପୋର୍ଟ ପ୍ରକାଶିତ ହୋଇଥାଏ । ବିଶ୍ୱର ଭିନ୍ନ ଭିନ୍ନ ଦେଶମାନେ କ୍ଷ଼ୁଧା ସମ୍ପର୍କିୟ ସଷ୍ଟେନେବଲ୍ ଡେଭେଲପ୍‌ମେଣ୍ଟ ଗୋଲ୍‌କ଼ୁ କିପରି ଭାବେ ହାସଲ କରିଛନ୍ତି, ତାହାକ଼ୁ ନିରୀକ୍ଷଣ କରି ଏହି ରିପୋର୍ଟ ପ୍ରକାଶିତ ହୋଇଥାଏ । ଏହି ରିପୋର୍ଟ ଆହ଼ୁରି କହିଛି ଯେ, ବିଶ୍ୱର ୪୫ଟି ଦେଶର ସମଦାୟ ୫୦ ମିଲିଅନ୍ ଲୋକ ଦ଼ୁର୍ଭିକ୍ଷର ପରିସ୍ଥିତିରେ ଅଛନ୍ତି । ବିଶ୍ୱଗ଼ୁର଼ୁ ହେବାକ଼ୁ ଆସ୍ଫାଳନ କର଼ୁଥିବା ଆମ ସରକାର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସ୍ୱଭାବଗତ ଭାବେ ଏହି ରିପୋର୍ଟକ଼ୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ଏହା ଭାରତକ଼ୁ ବଦ୍‌ନାମ ତଥା ତଳ଼ୁଆ ଦେଖାଇବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।

ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ରିପୋର୍ଟ ପ୍ରତି ମୋଦି ସରକାରର ଏପରି ଆକ୍ଷେପ ନୂଆ ନହେଁ । ୨୦୨୦ ଓ ୨୦୨୧ରେ ହଙ୍ଗର ଇଣ୍ଡେକ୍ସ ପ୍ରକାଶ ପାଇବା ବେଳେ ବି ମୋଦି ସରକାର ଓ ତାଙ୍କର ମନ୍ତ୍ରୀମାନେ ସମାନ ଅଭିଯୋଗ ଆଣିଥିଲେ । ସମସ୍ୟାକ଼ୁ ସମାଧାନ କରିବାକ଼ୁ ପ୍ରୟାସ ନକରି ସମସ୍ୟାକ଼ୁ ଗୋଟାପଣେ ଟାଳିଦେବା ବା
ତଥ୍ୟକ ଅସ୍ୱୀକାର କରିବା ମୋଦି ସରକାରଙ୍କର ଏକ ନୂଆ କୌଶଳ ହୋଇଛି । ୨୦୧୪ ପୂର୍ବର କୌଣସି ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ରିପୋର୍ଟକ଼ୁ ନେଇ ଆମ ଦେଶରେ ଏପରି ପ୍ରତିକ୍ରିୟାର ଧାରା ନଥିଲା ।

ଯଦିଓ ସେତେବେଳେ ବି ଭାରତର ସ୍ଥିତି ଭଲ ନଥିଲା, କିନ୍ତ଼ୁ ସେତେବେଳର ସରକାର ସେ ରିପୋର୍ଟକ଼ୁ ସ୍ୱୀକାର କର଼ୁଥିଲେ । ଏବେ ବି ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ଏହି ରିପୋର୍ଟକ଼ୁ ଅସ୍ୱୀକାର କର଼ୁଥିବାର ଶଣାଯାଇନାହିଁ ।

ଏତଦ୍‌ବ୍ୟତୀତ ୨୪ ଏପ୍ରିଲ୍ ୨୦୨୨ରେ ପ୍ରକାଶିତ ୟ଼ୁନାଇଟେଡ଼୍ ନେସନ୍‌ସ ହାପିନେସ୍‌ ରିପୋର୍ଟରେ ଭାରତର ସ୍ଥାନ ୧୪୬ଟି ଦେଶ ମଧ୍ୟର଼ୁ ୧୩୬ । ଅର୍ଥାତ୍ ସାରା ବିଶ୍ୱର ମାତ୍ର ଦଶଟି ଦେଶ ଭାରତ ତଳେ ଅଛନ୍ତି । ହାପିନେସ୍ ଅର୍ଥାତ୍ ଖ଼ୁସିରେ ରହିବାରେ ମଧ୍ୟ ଭାରତ ତଳଆଡୁ଼ ଦଶମ ସ୍ଥାନରେ ଅଛି । ଜନସାଧାରଣଙ୍କ ଶାନ୍ତିରେ ସହାବସ୍ଥାନକ଼ୁ ନେଇ ଇଣ୍ଟରନେସ୍‌ନାଲ୍ ଥିଙ୍କ୍ ଟ୍ୟାଙ୍କ୍ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇକୋନିମିକ୍ ଆଣ୍ଟ ପିସ୍ ଦ୍ୱାରା ପ୍ରତି ବର୍ଷ ଏକ ଗ୍ଲୋବାଲ୍ ପିସ୍ ଇଣ୍ଡେକ୍ସ ପ୍ରକାଶିତ ହୋଇଥାଏ । ୨୦୨୨ର ଗ୍ଲୋବାଲ୍ ପିସ୍ ଇଣ୍ଡେକ୍ସରେ ୧୬୩ଟି ଦେଶ ମଧ୍ୟର଼ୁ ଭାରତର ସ୍ଥାନ ୧୩୫ । ୨୦୨୧ ତୁଳନାରେ ଭାରତ ତିନୋଟି ସ୍ଥାନ ଉପରକ଼ୁ ଉଠିଥିଲା ବୋଲି ଗଣମାଧ୍ୟମମାନେ ଏହାକ଼ୁ ଟିକେ ପ୍ରଚାର କରିଥିଲେ ଓ ସରକାର ବି ଏହି ରିପୋର୍ଟ ପ୍ରତି ଆକ୍ଷେପ କରିଥିବାର ଶ଼ୁଣାଯାଇନାହିଁ ।

କମିଟ୍‌ମେଣ୍ଟ ଟ଼ୁ ରିଡ଼୍ୟୁସ୍ ଇନ୍‌ଇକ୍ୱାଲିଟି ଇଣ୍ଡେକ୍ସ-୨୦୨୨ ଅର୍ଥାତ୍ ଅସମାନତା ହ୍ରାସକରିବା ନିମନ୍ତେ ସଙ୍କଳ୍ପବଦ୍ଧତା ସୂଚକାଙ୍କ-୨୦୨୨ ଅନ଼ୁସାରେ ୧୬୧ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୩ । ପ୍ୟାରିସ୍ ସ୍ଥିତ ୱାଲ୍‌ର୍ଡ଼୍ ଇନ୍‌ଇକ୍ୱାଲିଟି ଲ୍ୟାବ୍ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତ଼ୁତ ହୋଇଥାଏ । ଏହି ରିପୋର୍ଟ ଅନ଼ୁସାରେ ଭାରତ ସର୍ବାଧିକ ଅସମାନତା ଦେଶ । ଭାରତର ୧ ପ୍ରତିଶତ ଧନୀଙ୍କ ପାଖରେ ସମ଼ୁଦାୟ ରାଷ୍ଟ୍ରୀୟ ରୋଜଗାରର ପାଞ୍ଚ ଭାଗେର଼ୁ ଭାଗେ ସଂପଦ ଗଚ୍ଛିତ ଅଛି । ଧନୀମାନଙ୍କ ପାଖରେ ହିଁ ଦେଶର ସିଂହଭାଗ ସଂପଦ ଠ଼ୁଳ ଅଛି । ବିଶ୍ୱ ଅସମାନତା ରିପୋର୍ଟରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ପ୍ରଥମ । ଅର୍ଥାତ ଆମ ଦେଶରେ ବିସମତା ସର୍ବାଧିକ ।

ସମ୍ପ୍ରତି ସରକାରଙ୍କ ନୀତି ମଧ୍ୟ ଏହି ଅସମାନତାକ଼ୁ ଅଧିକର଼ୁ ଅଧିକ ବଢ଼େଇ ଚାଲିଛି । ଧନୀମାନେ ଅଧିକ ଧନୀ ହେଉ ଥିବା ବେଳେ ଗରିବମାନେ ଅଧିକ ଗରିବ ହେଉଛନ୍ତି । ସମ୍ପ୍ରତି ଆମ ଦେଶର ସରକାରଙ୍କ ଆଶୀର୍ବାଦ ପ୍ରାପ୍ତ ଜଣେ ଧନୀକ ବିଶ୍ୱର ପ୍ରଥମ ତିନିଜଣ ଧନୀକଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି । ଠିକ୍ ସେହି ସମୟରେ ଆମ ଦେଶ ବିଶ୍ୱ କ୍ଷ଼ୁଧା ସୂଚକାଙ୍କରେ ଛଅଟି ସ୍ଥାନ ତଳକ଼ୁ ଖସିଛି । ବଡ଼ ବଡ଼ ଧନୀମାନେ ଅଧିକ ଧନ ଠ଼ୁଳ କର଼ୁଥିବା ବେଳେ ଗରିବମାନେ ନିଜ ପେଟ
ପ଼ୁରେଇବାକ ବି ସକ୍ଷମ ହୋଇପାର଼ୁନାହାନ୍ତି । ଏହା ଠାର଼ୁ ବଳି ଦ଼ୁର୍ଭାଗ୍ୟର ବିଷୟ ଆଉ କଣ ଥାଇପାରେ! ରିପୋର୍ଟର୍‌ସ୍ ୱିଦ୍‌ଆଉଟ୍ ବର୍ଡ଼ର ଅନ଼ୁଷ୍ଠାନ ଦ୍ୱାରା ବିଂଶତମ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ସୂଚକାଙ୍କ ସଦ୍ୟ ପ୍ରକାଶିତ ହୋଇଛି । ସମଦାୟ ୧୮୦ଟି ଦେଶ ମଧ୍ୟର଼ୁ ଭାରତର ସ୍ଥାନ ୧୫୦ ।

୨୦୨୧ରେ ଆମ ଦେଶ ଏହି ସୂଚକାଙ୍କରେ ୧୪୨ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ଆଠଟି ସ୍ଥାନ ତଳକ଼ୁ ଖସି ୧୫୦ରେ ପହଞ୍ଚିଛି । ଏହି ଗୋଟିଏ ବର୍ଷ ମଧ୍ୟରେ ନେପାଳ ୩୦ଟି ସ୍ଥାନ ଉପରକ଼ୁ ଉଠି ୭୬ତମ ସ୍ଥାନରେ ଅଛି । ଆମ ପଡ଼ୋଶୀ ପାକିସ୍ତାନ ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ଭାରତଠାର଼ୁ ଭଲ ସ୍ଥିତିରେ ଅର୍ଥାତ୍ ୧୪୬ତମ ସ୍ଥାନରେ ଅଛି । ନରୱେ ଓ ଡେନ୍‌ମାର୍କ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ସୂଚକାଙ୍କରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆମେ ଦେଖି ଆସ଼ୁଛେ ଯେ, ଆମ ଦେଶରେ ଗଣମାଧ୍ୟମର ସ୍ୱାଧୀନତା ଆଦୌ ବି ନାହିଁ କହିଲେ ଚଳିବ । ଅଧିକାଂଶ ଗଣମାଧ୍ୟମକ଼ୁ ସରକାର ନିଜ ସ୍ତ଼ୁତି ଗାନ କରିବା କାମରେ ଲଗେଇଛନ୍ତି । ସେମାନେ ଗଣମାଧ୍ୟମ କମ୍ ସରକାରଙ୍କ ପ୍ରଚାର ମାଧ୍ୟମ ଭାବେ ବେଶି କାମ କର଼ୁଛନ୍ତି । ଯେଉଁ କିଛି ଗଣମାଧ୍ୟମ ସରକାରଙ୍କ଼ୁ ସମାଲୋଚନା କରିବାକ଼ୁ ତଥା ଲୋକଙ୍କ ପ୍ରସଙ୍ଗକ଼ୁ ଉଜାଗର କରିବାକ଼ୁ ସାହସ କର଼ୁଛନ୍ତି ସେମାନଙ୍କ଼ୁ ସରକାର ଭିନ୍ନ ଭିନ୍ନ ମାଧ୍ୟମରେ ଦମନ କର଼ୁଛନ୍ତି । ସେମାନଙ୍କ ଉପରେ ଆୟକର ଚଢ଼ାଉ ହେଉଛି ନହେଲେ ସେମାନଙ୍କ଼ୁ କଳେ ବଳେ କୌଶଳେ ଜେଲ୍‌ରେ ଭର୍ତ୍ତି କରିଦିଆଯାଉଛି । ସ୍ୱାସ୍ଥ୍ୟ ଓ ଶିକ୍ଷାର ସ଼ୁବିଧା, ରୋଜଗାରର ସ଼ୁଯୋଗ
ଆଦି ସହିତ ଲୋକମାନଙ୍କର ଉଚ୍ଚ ମାନର ଜୀବନ ଶୈଳୀକ଼ୁ ନେଇ ପ୍ରତିବର୍ଷ ମାନବ ବିକାଶ ସୂଚକାଙ୍କ ପ୍ରକାଶିତ ହୋଇଥାଏ । ମାନବ ବିକାଶ ସୂଚକାଙ୍କ ୨୦୨୧-୨୨ରେ ୧୯୧ଟି ଦେଶ ମଧ୍ୟର଼ୁ ଭାରତ ୧୩୨ତମ ସ୍ଥାନରେ ଅଛି ।

ଉପରୋକ୍ତ ଆନ୍ତର୍ଜାତୀୟ ରିପୋର୍ଟ ଓ ସୂଚକାଙ୍କ ଗ଼ୁଡ଼ିକ଼ୁ ଲକ୍ଷ କଲେ ଦେଖାଯାଉଛି ଯେ, ଭାରତ ନିୟମିତ ଭାବେ ତଳ ସ୍ଥାନରେ ଅଛି । ଏପରିକି ଏସିଆ ମହାଦେଶର ଛୋଟ ଛୋଟ ପଡ଼ୋଶୀ ଦେଶମାନେ ମଧ୍ୟ ଭାରତ ଠାର଼ୁ ଭଲ ପରିସ୍ଥିତିରେ ଅଛନ୍ତି । ଏହା ହିଁ ବାସ୍ତବ ସ୍ଥିତି । ଆନ୍ତର୍ଜାତୀୟ ସଂସ୍ଥାମାନେ ଭିନ୍ନ ଭିନ୍ନ ମାପକକ଼ୁ ନେଇ ଏହି ସବ଼ୁ ରିପୋର୍ଟ ପ୍ରକାଶ କର଼ୁଛନ୍ତି । ଏକା ପ୍ରକାର ମାନକ ବିଶ୍ୱର ସମସ୍ତ ଦେଶ ପାଇଁ ବ୍ୟବହାର ହେଉଛି । ଏମିତି ନ଼ୁହେଁ ଯେ, ଭାରତ ପାଇଁ ଗୋଟିଏ ମାନକ ବ୍ୟବହାର ହେଉଛି ଓ ଅନ୍ୟ ଦେଶ ଗ଼ୁଡ଼ିକ ପାଇଁ ଅଲଗା ମାନକ ବ୍ୟବହାର ହେଉଛି । କିନ୍ତ଼ୁ ଆମ ଦେଶର ବର୍ତ୍ତମାନର ସରକାର ଏହି ନଗ୍ନ ସତ୍ୟକ ସ୍ୱୀକାର କରି ପରିସ୍ଥିତିରେ ଉନ୍ନତି ପାଇଁ ଚେଷ୍ଟା ନକରି ଗାଲ଼ୁଆଙ୍କ ବାରବାଟୀ ଚାଷ ପରି ରିପୋର୍ଟକ଼ୁ ପ୍ରତ୍ୟାଖ୍ୟାନ କର଼ୁଛନ୍ତି ଓ ନିଜ ହାତରେ ଚଉଦ ପା’ ହେବା ପରି ନିଜକ଼ୁ ନିଜେ ବିଶ୍ୱଗ଼ୁର଼ୁ ଘୋଷଣା କର଼ୁଛନ୍ତି । ଭକ୍ତମାନେ ମଧ୍ୟ ‘ଓଧ ପଛରେ ବଣ ବିରାଡ଼ି ବାଈ’ ହେବା ପରି ସରକାରଙ୍କ ପଛରେ ହରିବୋଲ ପକାଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ରିପୋର୍ଟକ଼ୁ ତଥା ବାସ୍ତବ ପରିସ୍ଥିତିକ଼ୁ ଅସ୍ୱୀକାର କଲେ ପରିସ୍ଥିତି ଦୂରେଇ ଯିବ ନାହିଁ । ଓଲଟି ସମୟକ୍ରମେ ପରିସ୍ଥିତି ଆହ଼ୁରି ଭୟାନକ ଭାବେ ଉଭା ହେବ । ଆମ ଦେଶ ଭାରତ ବର୍ତ୍ତମାନ ସେପରି ପରିସ୍ଥିତି ଦିଗରେ ଗତି କର଼ୁଛି । ଇତିହାସ କ଼ୁହେ ଯେ, ସ୍ୱେଚ୍ଛାଚାରୀ ଶାସକମାନେ ସବ଼ୁବେଳେ ପ୍ରଥମେ ନିଜ ଦେଶର ଲୋକମାନଙ୍କ଼ୁ ଏକ ମିଛ ଭୟର ବାତାବରଣ ମଧ୍ୟରେ ରଖି ତାଙ୍କ ଆନ଼ୁଗତ୍ୟ ହାସଲ କରିବାକ଼ୁ ଚେଷ୍ଟା କରିଥାନ୍ତି । ଏପରି କରି ସେମାନେ ଲୋକମାନଙ୍କ ମଧ୍ୟରେ ଏକ ଅସ଼ୁରକ୍ଷାର ଭାବନାକ଼ୁ ବଞ୍ଚେଇ ରଖି ନିଜ ସ୍ୱେଚ୍ଛାଚାରୀତାକ଼ୁ ଜାହିର୍ କରିବାରେ ସଫଳ ହୋଇଥାନ୍ତି । ଆମ ଦେଶର ସରକାର ବର୍ତ୍ତମାନ ଠିକ୍‌
ସେହିପରି ପ୍ରଚାର କର଼ୁଛନ୍ତି ଯେ, ସାରା ବିଶ୍ୱ ଆମ ବିର଼ୁଦ୍ଧରେ ଅଛି । ସାରା ବିଶ୍ୱ ଭାରତକ଼ୁ ତଳ଼ୁଆ ଦେଖେଇବାକ଼ୁ ପ୍ରୟାସ କର଼ୁଛି । ଆନ୍ତର୍ଜାତୀୟ ସଂସ୍ଥା ତଥା ରିପୋର୍ଟ ଭାରତ ବିର଼ୁଦ୍ଧରେ ଷଡ଼ଯନ୍ତ୍ର କରି ଭାରତକ଼ୁ ଜାଣି ଜାଣି ତଳ଼ୁଆ ଦେଖାଉଛନ୍ତି । ଏହା ଏକ ପ୍ରକାର ଧଳା ମିଛ । ଏପରି କରି ସରକାର ଲୋକମାନଙ୍କର ମାନସିକତାକ଼ୁ ଗୋଟେ ନିବ଼ୁଜ କୂଅ ମଧ୍ୟରେ ରଖିବାର ପ୍ରୟାସ କର଼ୁଛନ୍ତି ଓ ପ୍ରକାରାନ୍ତରେ ନିଜ ସ୍ୱେଚ୍ଛାଚାରିତାର ଅଧ୍ୟାୟକ଼ୁ ଧିରେ ଧିରେ ପ୍ରତିଷ୍ଠା କର଼ୁଛନ୍ତି । ଏଥି ପ୍ରତି ଏବେ ଠାର଼ୁ ସାବଧାନତା ହେବାର ଆବଶ୍ୟକତା ରହିଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପ଼ୁର- ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.