Latest Odisha News

BREAKING NEWS

କନ୍ଧମାଳରେ ଲାଲ୍ ହିଂସା; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଜାଳିଦେଲେ ୫ଟି ଗାଡ଼ି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ମାଓବାଦୀ ପୁଣି ଥରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ମାଓବାଦୀ ଦୁଇ ଦୁଇଟି ହିଂସା ଘଟାଇଛନ୍ତି । ଗତକାଲି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଆମ୍ବାବାଡ଼ି ଗାଁରେ ଲାଲବାହିନୀ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହର ବିଭତ୍ସ ଭାବେ ହତ୍ୟା କରିଥିଲେ ।

ସେହିଭଳି ଜାର୍ଗି ଗାଁରେ ଠିକା କ୍ୟାମ୍ପରେ ପୋଡ଼ାଜଳା କରିଛନ୍ତି ମାଓବାଦୀ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ହେଉଥିବା ରାସ୍ତା କାମର ଠିକା କ୍ୟାମ୍ପରେ ନକ୍ସଲ ଗାଡ଼ି ପୋଡ଼ି ଦେଇଛନ୍ତି । ରାସ୍ତା କାମରେ ନିୟୋଜିତ ଗୋଟିଏ ଜେସିବି, ଦୁଇଟି ଟ୍ରାକ୍ଟର ଓ ଦୁଇଟି ମିମିକ୍ସଚର ମେସିନ୍ ମାଓବାଦୀ ପୋଡ଼ି ଦେଇଥିବା ଜଣାପଡ଼ିଛି ।

ଗତ ୧୧ ତାରିଖରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ହୋଇଥିଲେ । ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଲାଲ୍ ବାହିନୀ ୨୪ ଘଣ୍ଟାରେ ଦୁଇ ଦୁଇଟି ହିଂସାକାଣ୍ଡ ଭିଆଇଛନ୍ତି ।

Leave A Reply

Your email address will not be published.