Latest Odisha News

BREAKING NEWS

ଚିକିତ୍ସା ସାରି ଫେରୁଥିଲେ ଶ୍ବଶୁର-ଜ୍ବାଇଁ, ଟ୍ରେନରୁ ଖସି ଚାଲିଗଲା ଜୀବନ

ରାୟଗଡା:ଟ୍ରେନରୁ ଖସି ଶ୍ୱଶୁର ଓ ଜ୍ୱାଇଁଙ୍କ ଗଲା ଜୀବନ । କ୍ୟାନସର ଚିକିତ୍ସା ସାରି ବିଶାଖାପାଟଣା ଠାରୁ କଳାହାଣ୍ଡି ଯାଉଥିବା ବେଳେ ପ୍ରଥମେ ଶଶୁରଙ୍କ ରାୟଗଡ଼ା ରେଳ ଷ୍ଟେସନ ନିକଟରେ ଏବଂ ପରେ ଜ୍ବାଇଁଙ୍କ ମୁନିଗୁଡା ବ୍ଲକ ଦହିଖାଲ ଷ୍ଟେସନ ଅଞ୍ଚଳରେ ଟ୍ରେନରୁ ଖସି ମୃତ୍ୟୁ ହୋଇଛି ।

ଖବରମୁତାବକ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଟିକାଇ ଗ୍ରାମର ଜ୍ବାଇଁ ସୁଦାମ ନାୟକ ଗତ ୨୩ ତାରିଖ ଦିନ ଶଶୁର ଲିଙ୍ଗରାଜ ସାହା (୮୦)ଙ୍କୁ ଧରି କ୍ୟାନସର ଚିକିତ୍ସା ପାଇଁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲେ। କୋରବା ଲିଙ୍କ ଏକ୍ସପ୍ରେସରେ ଫେରୁଥିବା ବ‌େଳେ କୌଣସି କାରଣ ବସତଃ ପ୍ରଥମେ ଶଶୁର ରାୟଗଡା ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ଖସିପଡ଼ି ଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲ। । ଅନ୍ୟପଟରେ ଜ୍ବାଇଁ ମଧ୍ୟ ଦହିଖାଲ ଷ୍ଟେସନ ନିକଟରେ ଟ୍ରେନରୁ ଖସିଯାଇଥିଲେ।

ଉଭୟଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ରାୟଗଡା ଓ ମୁନିଗୁଡା ଜିଆରପି ପୋଲିସ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.