Latest Odisha News

BREAKING NEWS

GMAPV: ଜିଏମଏପିଭି ଯୋଜନା ଅଧିନରେ ଜମି ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର:ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ଅଧୀନରେ ବିଦ୍ୟାଳୟ ନିର୍ମାଣ ପାଇଁ ୫ ଏକର ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଉପଯୁକ୍ତ ଜମି ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ସୂଚନାଥାଉକି, ଗ୍ରାମପଞ୍ଚାୟତ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (ଜିଏମଏପିଭି) ଯୋଜନା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ବିଦ୍ୟାଳୟ ଚୟନ କରାଯାଇଥିଲା ଓ ରାଜ୍ୟସ୍ତରୀୟ ଶିଳାନ୍ୟାସ କାର୍ଯ୍ୟକ୍ରମ ୭ ଜାନୁଆରୀ ୨୦୨୬ ତାରିଖରେ ଆୟୋଜିତ ହୋଇଥିଲା ।

ଏହାପରେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ଯ ୨୧୨ଟି ବିଦ୍ୟାଳୟ ମଧ୍ଯ ଇତିମଧ୍ୟରେ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି । ଯୋଜନା ଅଧୀନରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗ୍ରାମପଞ୍ଚାୟତଗୁଡି଼କୁ ମଧ୍ଯ ଅନ୍ତର୍ଭୁକ୍ତ କରାଯିବ ।

Leave A Reply

Your email address will not be published.