Latest Odisha News

BREAKING NEWS

ମଦୁଆ ବାପର ନୃସଂଶ କାଣ୍ଡ; ସ୍ତ୍ରୀ ସହ ଝଗଡା କରି ୫ ମାସର ଶିଶୁ ପୁତ୍ରକୁ କଚାଡି ମାରିଲା

ବରଗଡ଼: ମଦୁଆ ବାପର ନୃସଂଶ କାଣ୍ଡ । ନିଶାସକ୍ତ ଅବସ୍ଥାରେ ନିଜ ପାଞ୍ଚ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେଲା ପିଶାଚ ବାପ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ଏଭଳି ନୃସଂଶ ଘଟଣା ସାମ୍ନାକୁ ଆସିଛି ।

ଅଭିଯୁକ୍ତ ବାପର ନାଁ ହେମନ୍ତ ଭୁଏ । ହେମନ୍ତ ନିଶାସକ୍ତ ଅବସ୍ଥାରେ ଆସି ଗତକାଲି ରାତିରେ ସ୍ତ୍ରୀ ସହ ଝଗଡ଼ା କରିଥିଲେ । ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଏହାପରେ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଶେଷରେ ରାଗିଯାଇ ହେମନ୍ତ ୫ ମାସର ଶିଶୁକୁ ଟାଣି ନେଇ କଚାଡି ଦେଇଥିଲା ।

ସ୍ତ୍ରୀର ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଶିଶୁପୁତ୍ରକୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଲୋକେ ବାପା ହେମନ୍ତକୁ ଅଟକ ରଖି ପୋଲିସର ଜିମା ଦେଇଥିଲେ । ପୋଲିସ ହେମନ୍ତ ଭୁଏକୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.