Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଁ ଡ୍ରାଇଭରଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି । ଦୁଘର୍ଟଣା ରୋକିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । ସରକାର ଓ ପ୍ରଶାସନ ପକ୍ଷରୁ ବହୁ ସଚେତନ କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଦୁଘର୍ଟଣା ସଂଖ୍ୟା ହ୍ରାସ ପାଉନାହିଁ । କିଛି ଲୋକଙ୍କ ଖାମଖିଆଲ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାର ଶିକାର ହେଉନ୍ତି । ସେମାନେ ନିଜେ ବିପଦରେ ପଡ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଉଛନ୍ତି ।

ତେବେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଯେଉଁଥିରେ  ଜଣେ  ଟ୍ରକ ଡ୍ରାଇଭର ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରହିବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓ ଜାପାନ ସହରର ବୋଲି କୁହାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ରାସ୍ତାରେ ଯାଉଥିବା ଏହି ଟକ୍ରକୁ କୌଣସି ବି ଗାଡ଼ି ଓଭରଟେକ୍ କରୁ ନାହିଁ । ଯଦ୍ୱାରା ଆଗରେ ଥିବା ଚାଳକ ଓ  ପଛରେ ଆସୁଥିବା ଗାଡ଼ି ଚାଳକ ଦୁଘର୍ଟଣାରୁ ବର୍ତ୍ତି ପାରୁଛନ୍ତି  ।

୧୫ ସକେଣ୍ଡର ଏହି ଭିଡିଓକୁ ଦେଖିଲେ ଜଣାପଡୁଛି ଯେ, ଏହି ଟ୍ରକର କିଛି ମିଟର ଦୂର ପର୍ଯ୍ୟନ୍ତ ଏକ ଲେଜର ଲାଇଟ୍ ରାସ୍ତାରେ ପଡୁଛି । ଯଦ୍ୱାରା ପଛରୁ ଆସୁଥିବା ଯାନବାହନ  ଓଭରଟେକ୍ ନ କରିବାକୁ ପରାମର୍ଶ ଦେଉଛି। ଫଳରେ ଆଗରେ ଯାଉଥିବା ଗାଡ଼ି ଓ ପଛରେ ଥିବା ଗାଡ଼ି ଦୁର୍ଘଟଣାରୁ ରକ୍ଷା ପାଇ ପାରୁଛି । ଏହି ଭିଡିଓକୁ ସୋସାଲ ମିଡିଆ ପ୍ଲାଟଫର୍ମ  Xରେ  @ How Things Work ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଆଉ ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ସ୍ମାର୍ଟ ଚିନ୍ତାଧାରା’ । ଖବର ଲେଖାଯିବା ସୁଦ୍ଧା ଏହି ଭିଡିଓକୁ୧୨.୭ ମିଳିୟନ ଲୋକ ଦେଖି ସାରିଛନ୍ତି । ଏହାସହ ୧୯ ହଜାରରୁ ଅଧିକ ଲୋକ ଭିଡିଓକୁ ଲାଇକ୍ କରିଛନ୍ତି । ଭିଡିଓକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ‘‘ ଭାଇ ବହୁତ ଭଲ ପଦେକ୍ଷପ ଗ୍ରହଣ କରିଛନ୍ତି । ନିଜରୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ମଧ୍ୟ ସଡ଼କ ଦୁର୍ଘଟଣାରୁ ବଞ୍ଚାଇ ପାରୁଛନ୍ତି । ଭାରତରେ ମଧ୍ୟ ଏଭଳି ବୈଷୟିକ ପଦ୍ଧତି ଆସିବା ଦରକାର ।’’

 

 

Leave A Reply

Your email address will not be published.