Latest Odisha News

କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗ, ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଆଜି ପୂର୍ବାହ୍ନରେ ପିତୃ ବିୟୋଗ ଘଟିଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି । କରୋନା ମୁକାବିଲା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲାପାଳ ନିଜ କର୍ମ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ବାପାଙ୍କ ଶେଷକୃତ୍ୟ ପରେ କାମରେ ଯୋଗ ଦେଇଥିବାରୁ ସେ ପ୍ରଶଂସା କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଗୋଟିଏ ଦିନ ମଧ୍ୟ ଛୁଟି ନ ନେଇ କାର୍ଯ୍ୟରେ ଯୋଗ ଦେଇଥିବାରୁ ତାଙ୍କ ନେତୃତ୍ୱକୁ ଓଡିଶା ସାଲ୍ୟୁଟ୍ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଭବାନୀ ଶଙ୍କର ଗୋପଦ (Grievances of people at their door steps), ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ମିଶନ ଜିରୋ ଫେଲ୍ ଭଳି ଅନେକ ଅଭିନବ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ ଅତିରିକ୍ତ କମିଶନର ତଥା ଏନଫୋର୍ସମେଣ୍ଟ ସଦସ୍ୟ ଭାବରେ ସହରରେ ପଥଉତ୍ସବ, ଏକାମ୍ର ୱାକ୍ସ, ଜବରଦଖଲ ଉଚ୍ଛେଦ ନେଇ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.