Latest Odisha News

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବୟସ ୭୨ ବର୍ଷ । ସେ ଝାରପଡା ଅଚଂଳର ବୋଲି ଜଣାପଡିଛି । ଗତ ୪ ତାରିଖରେ ତାଙ୍କୁ ଭୁବନେଶ୍ୱର ଏମସ୍‌ରେ ଭର୍ତ୍ତି କରାଯାଇଥିଲା ।1

BjdElectrycity

ଆକ୍ରାନ୍ତ ଜଣକ ଗୁରୁତର ଶ୍ୱାସ ରୋଗରେ ପୀଡିତ ଥିଲେ । ଏଥିସହ ତାଙ୍କର ଉଚ୍ଚ ରକ୍ତଚାପ ଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ତାଙ୍କ ସଂସ୍ପର୍ଶରେ ଆଉ କେଉଁ ବ୍ୟକ୍ତି ଆସିଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.