ସୋର: ନାବାଳକ ପୁଅକୁ ଛୁରି ଭୁସି ହତ୍ୟାକଲା ବାପା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନରମା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ସ୍ତ୍ରୀ ସହ ପାଟିତୁଣ୍ଡ ବେଳେ ପୁଅ ବିରୋଧ କରିବାରୁ ବାପା ହତ୍ୟା କରିଥିବା ଜଣାପଡିଛି। ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ରହିଛି।
ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କାରଣକୁ ନେଇ ସ୍ତ୍ରୀ ସହିତ ତା’ର ଝଗଡ଼ା ହୋଇଥିଲା। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବାବେଳେ ପୁଅ ପହଞ୍ଚି ବାପାକୁ ବିରୋଧ କରିଥିଲା।
ଏହାକୁ ନେଇ ନିଶାସକ୍ତ ବାପା ପୁଅକୁ ଛୁରି ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଉଦ୍ୟମ କରୁଛି।
Comments are closed.