Latest Odisha News

BREAKING NEWS

ଏହି ସ୍ଥାନକୁ ହନୀମୁନ ପାଇଁ ଆସନ୍ତି ସାପ

ଆମ ଦୁନିଆରେ ଏ ଭଳି ସବୁ ପ୍ରାକୃତିକ ଦୃଶ୍ୟ ଅଛି ଯାହାକି ସ୍ୱପ୍ନଠାରୁ କମ ନୁହେଁ । ବେଳେ ବେଳେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ଆପଣମାନେ କେବେ ଭାବିଚନ୍ତି କି ସାପମାନେ ତାଙ୍କ ହନୀମୁନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭୀଡ କରନ୍ତି । ଜୀବନର ସୃଷ୍ଟି ପାଇଁ ସେମାନେ ସଂଘର୍ଷରେ ତାଙ୍କ ଜୀବନ ବି ହରାଇ ଦିଅନ୍ତି । କାନାଡାରେ ଏକ ଛୋଟ ସହରର ନାମ ନାରସିସ । ପ୍ରତ୍ୟେକ ବର୍ଷ ଏଠାରେ ୭୫୦୦୦ ସାପ ଏକତ୍ର ହୁଅନ୍ତି । ଏହି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭୀଡ ହୋଇଥାଏ । ପ୍ରାଣୀ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମଧ୍ୟ ଏହାର ରହସ୍ୟ ଜାଣିବା ପାଇଁ ଏଠାକୁ ଆସିଥାନ୍ତି । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସନ୍ତ ଋତୁ ସମୟରେ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ରେଡ ସାଇଡେଡ ଗାର୍ଟର ପ୍ରଜାତିର ସାପ ଏକତ୍ର ହୋଇଥାନ୍ତି ।

ସେମାନେ ତାଙ୍କ ଶରୀରରୁ ଏକ ପ୍ରକାର ସୁଗନ୍ଧ ବାହାର କରିଥାନ୍ତି । ଯାହା ବୀପରୀତ ଲିଙ୍ଗକୁ ଆକୃଷ୍ଟ କରିଥାଏ । ସାଥୀ ଖୋଜିବା ସମୟରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥାଏ । ଏଥିରେ କେତେକ ସାପ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । ସାଥୀ ପାଇବା ପରେ ମଧୂର ମିଳନ ଆରମ୍ଭ ହୋଇଥାଏ । ଶୀତ ଦିନ ଏହି ସାପ ଚୂନ ପଥର ସନ୍ଧିରେ ରହି ଥଣ୍ଡା କବଳରୁ ନିଜକୁ ବଂଚାଇ ରଖିଥାନ୍ତି । ପୂର୍ବରୁ ସାପମାନେ ହାଇୱେ ଅତିକ୍ରମ କରି ଆସିବା ବେଳେ ମୃତ୍ୟୁମୂଖରେ ପଡୁଥିଲେ । ଏବେ ସତର୍କତା ଓ ସଚେତନତା ଯୋଗୁ ଏଥିରେ ହ୍ରାସ ଘଟିଛି । ହାଇୱେ ତଳେ ଏକ ଟନେଲ ପ୍ରସ୍ତୁତ କରାଯିବା ସହ ସାପଙ୍କ ସୁରକ୍ଷା ପାଇଁ ସ୍ନୋ ଫେନ୍ସ ଲଗାଯାଇଛି ।

Comments are closed.