Latest Odisha News

BREAKING NEWS

ପାରାଦୀପରେ ସମୁଦ୍ରରେ ତେଲିଆ ପଦାର୍ଥ ଭାସୁଥିବା ଦେଖି ଲୋକେ ଆତଙ୍କିତ

ପାରାଦୀପ: ଶନିବାର ସମୁଦ୍ର ପାଣିରେ ଏକ ତେଲିଆ ପଦାର୍ଥ ଭାସୁଥିବା ଖବର ପାଇ ଓଡ଼ିଶାର ବନ୍ଦର ସହର ପାରାଦୀପରେ ଭୟର ବାତାବରଣ ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ସହରର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ସମୁଦ୍ର ପାଣି ଅଧିକ ଝାଉଁଳି ପଡ଼ିଥିବା ଓ ସେଥିରେ ସବୁଜ ରଙ୍ଗର ତେଲିଆ ପଦାର୍ଥ ଉପରେ ଭାସୁଥିବା ଦେଖିବାକୁ ମିଳିଛି। ଏହାପରେ ସେମାନେ ଆଇଓସିଏଲ ପ୍ଲାଣ୍ଟର ବିଶୋଧନାଗାରରୁ ତେଲ ବାହାରୁଥିବା ଦେଖି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି, ଖବର ପାଇ ସେ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ଆଇଓସିଏଲ ଠାରୁ ଗହୀରମଥା ଯାଏ ରାସ୍ତାରେ ଏକ ତେଲିଆ ପଦାର୍ଥ ଠାବ କରିଛନ୍ତି।

କିନ୍ତୁ ଆଇଓସିଏଲ୍ ତା’ର ତୈଳ ବିଶୋଧନାଗାରରୁ କୌଣସି ଲିକେଜ୍ ହେବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲା। ଆମ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ଲାଣ୍ଟକୁ ମଧ୍ୟ ଭଲ ଭାବେ ଯାଞ୍ଚ କରିଥିଲେ। ବିଶୋଧନାଗାରରୁ କୌଣସି ଲିକେଜ୍ ହୋଇନାହିଁ ବୋଲି ଆମେ ଲୋକଙ୍କୁ ଆଶ୍ୱାସନା ଦେଉଛୁ ବୋଲି ଆଇଓସିଏଲର ମହାପ୍ରବନ୍ଧକ ଓମ୍ ପ୍ରକାଶ କହିଛନ୍ତି।

ସେପଟେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ଉପକୂଳର ବିଭିନ୍ନ ସ୍ଥାନରୁ ଏହି ତେଲିଆ ପଦାର୍ଥ ମିଳିଥିବା ପାଣିର ନମୁନା ସଂଗ୍ରହ କରି ଲାବୋରେଟୋରି ଟେଷ୍ଟ ପାଇଁ ପଠାଇଛନ୍ତି। ବୈଜ୍ଞାନିକ ଦିବ୍ୟଲୋଚନ ମହାପାତ୍ର କହିଛନ୍ତି, ପରୀକ୍ଷା ରିପୋର୍ଟ ମିଳିବା ପରେ ଏହି ପଦାର୍ଥ ସମ୍ପର୍କରେ ଜଣାପଡ଼ିବ।

Comments are closed.