Latest Odisha News

BREAKING NEWS

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା; ଡ୍ରୋନ୍‌ ଉଡାଣ ଉପରେ ନିଷିଦ୍ଧାଦେଶ ଜାରି କଲା ପୋଲିସ୍‌

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶଙ୍କା ପ୍ରକାଶ କରାଯାଇଛି। ଆତଙ୍କବାଦୀମାନେ ମୁମ୍ବାଇରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏ ସମ୍ପର୍କରେ ମୁମ୍ବାଇ ପୋଲିସ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆକ୍ରମଣ ସମ୍ଭାବନା ପରେ ସହରରେ ଡ୍ରୋନ୍ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।
ଆଶଙ୍କା କରାଯାଉଛି ଯେ ଉତ୍ସବ ସମୟରେ ରିମୋଟ୍‌ ଦ୍ୱାରା ନିୟନ୍ତ୍ରିତ ଏୟାର୍‌କ୍ରାଫ୍ଟ କିମ୍ବା ଏୟାର ମିସାଇଲ୍ ମାଧ୍ୟମରେ ଜନନଗହଳିପୂର୍ଣ୍ଣ ଅଞ୍ଚଳରେ ଆତଙ୍କୀ ହମ୍‌ଲା ହୋଇପାରେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତନୁଯାୟୀ ବର୍ତ୍ତମାନ, ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ କେବଳ ରାଜନୈତିକ ଅସ୍ଥିରତା ନୁହେଁ ବରଂ ଉତ୍ସବ ଆଦିରେ ବାଧା ସୃଷ୍ଟି କରିବା ପାଇଁ ବଡ଼ ଧରଣର ଆକ୍ରମଣ କରିପାରନ୍ତି।

Leave A Reply

Your email address will not be published.