Latest Odisha News

BREAKING NEWS

[ଭିଡିଓ] ବିଚ୍ ରାସ୍ତାରେ ବନ୍ଧୁକ କଲା ଫଇସଲା !

ହରିୟାଣା: ଦିନ ଦ୍ୱିପହରେ, ବିଚ୍ ରାସ୍ତାରେ ଗୁଳିମାଡ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଯୁବତୀ । ଚମ୍ପଟ୍ ମାରିଥିଲା ଅଭିଯୁକ୍ତ । ହେଲେ ସିସିଟିଭି ଫୁଟେଜ୍ ଜରିଆରେ ସାମ୍ନାକୁ ଆସିଛି ସେହି ଛାତିଥରା ଦୃଶ୍ୟ । କଏଦ ହୋଇଥିଲା ଲାଇଭ୍ ଗୁଳିମାଡ ଘଟଣା । ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହୋଇଥିଲାବେଳେ ଏପରି ଏକ ଘଟଣାକୁ ନେଇ ଚାଂଚଲ୍ୟ ଖେଳିଯାଇଛି ।

ସୋମବାର ହରିୟାଣା ଫରିଦାବାଦ ଜିଲ୍ଲାର ଅଗ୍ରୱାଲ୍ କଲେଜ ବାହାରେ ହୋଇଥିଲା ଗୁଳିମାଡ । ବଲ୍ଲଭଗଡରେ ଘଟିଥିବା ଏହି ଘଟଣାରେ ନିକିତା ତୋମାର ନାମକ ଯୁବତୀଙ୍କୁ ଗୁଳିମାଡ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପୋଲିସ ରିପୋର୍ଟ ଅନୁଯାୟୀ ନିକିତା କଲେଜରେ ପରୀକ୍ଷା ଦେବାକୁ ଆସିଥିଲେ । ହେଲେ ବାହାରେ ଜଗିଥିବା ଜଣେ ଯୁବକ ତାଙ୍କୁ ଜୋର ଜବରଦସ୍ତ ଗାଡିରେ ବସାଇବାକୁ ଚେଷ୍ଟା କରିଥିଲା । ଏଥିରେ ଅସଫଳ ହେବାରୁ ଘଟଣାସ୍ଥଳରେ ହିଁ ଯୁବତୀଙ୍କୁ ଗୁଳିମାଡ କରି ଚମ୍ପଟ୍ ମାରିଥିଲା ଅଭିଯୁକ୍ତ ଯୁବକ । ଏହି ସମସ୍ତ ଘଟଣା ଭିଡିଓରେ କଏଦ ବି ହୋଇଛି ।

ସିସିଟିଭି ଫୁଟେଜକୁ ଯାଂଚ କରି ତୌଫିକ ନାମକ ଜଣେ ଯୁବକକୁ ପୋଲିସ ଆଜି ଗିରଫ କରିଛି । ଅଭିଯୁକ୍ତ ଜଣକ ମେୱାତ ଅଂଚଳର ହୋଇଥିଲାବେଳେ କମେଣ୍ଟ ମାରିବା ଅଭିଯୋଗରେ ନିକିତା ଅଭିଯୁକ୍ତ ତୌଫିକ ବିରୋଧରେ ଥାନାରେ ଏତଲା ଦେଇଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ ତୌଫିକ ଏପରି କରିଥିବା ପୋଲିସ ଅନୁମାନ କରୁଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଧରପଗଡ ଜାରି ରହିଛି ।

Leave A Reply

Your email address will not be published.