Latest Odisha News

ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ମହିଳା, ପରସ୍ପରକୁ ବିବାହ କଲେ

ଗୋରଖପୁର: ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପରସ୍ପରକୁ ବିବାହ କଲେ ଦୁଇ ମହିଳା। ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଦୁଇଜଣ ମହିଳା ପରସ୍ପରକୁ ବିବାହ କରିଛନ୍ତି। ମହିଳାମାନଙ୍କୁ ସେମାନଙ୍କ ସ୍ବାମୀ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ। ଯାହାକୁ ନେଇ ସେମାନେ ଅତିଷ୍ଠ ଥିଲେ।

ପରେ ଦୁଇ ମହିଳା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପରସ୍ପର ସହ ପରିଚିତ ହୋଇଥିଲେ। ଦୁହିଁଙ୍କ ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା।

ମହିଳାମାନେ ମନ୍ଦିରରେ ପରସ୍ପରକୁ ମାଳା ପିନ୍ଧାଇ ରୀତିନୀତି ଅନୁସାରେ ସାତ ଫେରା ନେଇଥିଲେ। ଜଣେ ମହିଳା ଅନ୍ୟଜଣଙ୍କୁ ସିନ୍ଦୂର ମଧ୍ୟ ପିନ୍ଧାଇ ଥିଲେ। ପତ୍ନୀ ପାଲଟିଥିବା କବିତା କହିଛନ୍ତି ଯେ ଆମେ ଇନଷ୍ଟାଗ୍ରାମ ମାଧ୍ୟମରେ ବନ୍ଧୁ ହୋଇଥିଲୁ। ଦୁହେଁ ପରସ୍ପର ସହିତ ବଞ୍ଚିବା ଏବଂ ମରିବା ପାଇଁ ଶପଥ ନେଇଛନ୍ତି।

 

Comments are closed.