ୱାଶିଂଟନ: ଭବିଷ୍ୟତକୁ ଆଖି ଆଗରେ ରଖି ଆମେରିକା ମାଟିତଳେ ହାଇଟେକ ସହର ନିର୍ମାଣ କରୁଛି । ରିପୋର୍ଟ ମୁତାବକ ବିଭିନ୍ନ ଆକ୍ରମଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଏହି ସହର ନିର୍ମାଣ ହେଉଛି । ଏକ ପ୍ରତିଷ୍ଠିତ କମ୍ପାନୀ ଏ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରି ସାରିଛି । ଆଲିଶନ ଡୋମସୁଦାଇ ବଙ୍କର କମ୍ପେ୍ଲକ୍ସ ଉପରୁ ଧିରେ ଧିରେ ପରାଦା ଉଡିବାରେ ଲାଗିଛି । ମାଟିର ୨୦୦ ଫୁଟ ତଳେ ସମ୍ପୂର୍ଣ୍ଣ ଅତ୍ୟାଧୂନିକ ବ୍ୟବସ୍ଥା ସହ ଏହା ନିର୍ମାଣ ହେବ । ଗୋଟିଏ ଗୋଟିଏ ଘରର ମୂଲ୍ୟ ୨୦ ମିଲିୟନ ଡଲାର ରଖାଯାଇଛି । ଫୋବର୍ସ ରିପୋର୍ଟ ଅନୁସାରେ ୨୦୨୬ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ।
ଆମେରିକାର ହ୍ୱାଇଟ ହାଉସ ସ୍ତରର ସୁରକ୍ଷା ଏଥିରେ ପ୍ରଦାନ କରାଯିବ । ଏଆଇ ଦ୍ୱାରା ପରିଚାଳିତ ମେଡିକାଲ ସୁବିଧା ଓ ରୋବୋଟିକ ଷ୍ଟାଫଙ୍କୁ ନିୟୋଜିତ କରାଯିବ । ଆମେରିକାର ବଡ ବଡ ସହରରେ ଏହା ନିର୍ମାଣ ହେବା ପରେ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଏହି ବଙ୍କର ଭଳି ବିଳାସମୟ ଘର ନିର୍ମାଣ କରାଯିବ । ୨୦୨୬ରେ ଭର୍ଜିନିଆରେ ପ୍ରଥମ ବଙ୍କର ଖୋଲାଯିବ । ଏଥିରେ ୬୨୫ ବିତଶାଳୀ ଲୋକ ରହିବେ । ବଙ୍କରଗୁଡିକରେ ମଲଟି ଲେୟାର ବାୟୋମେଟ୍ରିକ ଆର୍ଥିଟିକେଶନ ଓ ଇପେନେଟ୍ରେବଲର ମ୍ୟାନଟ୍ରାପ୍ସ ସିକ୍ୟୁରିଟି ସିଷ୍ଟମ ରହିବ ।
Comments are closed.