ପ୍ୟାରିସ :୮ ଲକ୍ଷ ଲୋକଙ୍କ ହତ୍ୟା ପଛରେ ହାତ ଥିବା ଆଫ୍ରିକାର ମୋଷ୍ଟ ୱାଣ୍ଟେଡ୍ ମ୍ୟାନ୍ ଲିସିଫେଆନ କବୁଗା ଫ୍ରାନ୍ସରେ ଲୁଚି ଗିରଫ ହୋଇଛନ୍ତି । କବୁଗା ମିଛ ପରିଚୟ ପତ୍ରରେ ପ୍ୟାରିସ୍ରେ ୨୫ ବର୍ଷ ହେଲା ପୁଲିସ୍କୁ ଚକମା ଦେଖାଇ ଲୁଚି ରହୁଥିଲା । ଆଫ୍ରିକାର ରୱାଣ୍ଡାରେ ୧୯୯୪ରେ ୩ ମାସରୁ ଅଧିକ ସମୟ ଯାଏ ଭୀଷଣ ନରସଂହାର ହୋଇଥିଲା । ଏହି ସମୟରେ ୮ଲକ୍ଷରୁ ଅଧିକ ଏଥନିକ୍ ଟୁଟ୍ସିସ୍ ଓ ମଡର୍ନ ହୁତୁସଙ୍କୁ ମାରି ଦିଆଯାଇଥିଲା । ନରସଂହାର ପାଇଁ କବୁଗା ଧନ ରାଶି ସାହାଯ୍ୟ କରିଥିଲା ଏବଂ ନିଜର କମ୍ପାନୀ ଜରିଆରେ ଅସ୍ତ୍ରଶସ୍ତ୍ର ସପ୍ଲାଇ ମଧ୍ୟ କରିଥିଲା । ସେ ରୱାଣ୍ଡାର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲା ।
ନରସଂହାରର କିଛି ବର୍ଷ ପରେ ରୱାଣ୍ଡାରେ ଖୋଦନ ଅଭିଯାନ ଚାଲିଥିଲା । ଆଉ ସେଠାରୁ ଅନେକ ଶରୀରର ଅବଶେଷ ମିଳିଥିଲା । ସେ ଜର୍ମାନୀ, ବେଲଜିୟମ , କେନିୟା , ସ୍ୱିଜରଲ୍ୟାଣ୍ଡ ଆଦି ଦେଶରେ ମଧ୍ୟ ଲୁଚି ରହିଥିଲା । ୧୯୯୭ରେ ୟୁନାଇଟେଡ୍ ରାଷ୍ଟ୍ରର ଇଣ୍ଟରନ୍ୟାସନାଲ କ୍ରିମିନଲ ଟ୍ରିବ୍ୟୁନାଲ ଫର ରୱାଣ୍ଡା କବୁଗାଙ୍କୁ ଦୋଷୀ କରାଇଥିଲେ ।
BREAKING NEWS
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
Comments are closed.