ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ଜଣେ ମହିଳା ମାଓ କମାଣ୍ଡର । ତାଙ୍କ ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ।
ମୃତ ମହିଳା କମାଣ୍ଡର ହେଲା ବିମଳା ସୋଡ଼ି । ବିମଳା ପ୍ଲାଟୁନ ନମ୍ବର-୧୬ର କମାଣ୍ଡର ଥିଲା । ଏହି ଘଟଣା ନେନ୍ଦୁର ଏବଂ ଗାବାଡ଼ି ମଧ୍ୟ ଜଙ୍ଗଲରେ ଘଟିଛି ।
ଖବର ମୁତାବକ, ଆବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ଏସଟିଏଫ୍ ଯବାନ ଜଙ୍ଗଲରେ ପ୍ରବେଶ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ଏହାପରେ ଯବାନମାନଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଯବାବ ଦେଇଥିଲେ ଯବାନମାନେ ଯେଉଁଥିରେ ନକ୍ସଲ ବାଧ୍ୟ ହୋଇ ଛତ୍ରଭଙ୍ଗ ଦେଇଥିଲେ ।
ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମହିଳା ମାଓବାଦୀଙ୍କର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଗୁଳି ଚାଳନାରେ ବହୁ ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ।
ଏହା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରିଥିଲେ ଯବାନମାନେ । ଜବତ ମାଓ ସାମଗ୍ରୀରେ ୩୦୩ ରାଇଫଲ, ୩୧୫ ରାଇଫଲ, ୨ଟି ବିଏଲଜି ଲଞ୍ଚର, ୫ଟି ବିଏଲଜି ସେଲ୍, ୧୯ କିଲୋ ବିସ୍ଫୋରକ, ଜିଲୋଟିନ, ରେଡିଓ, ବିଦ୍ୟୁତ ସ୍ବିଚ୍ ରହିଛି ।
Comments are closed.