Latest Odisha News

ଫ୍ୟାନ୍ ରେ ଝୁଲୁଛି କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବାଲେଶ୍ୱର: ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ । ଏପରି ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ । ମୃତକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି । ସେ ଭୋଗରାଇ ବ୍ଲକରେ ଗତ ୬ ମାସ ହେବ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ।

ମିଳିଥିବା ଖବର ଅନୁସାରେ, ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ ହୋଇଥିବାବେଳେ, ସେ ଗତ ୬ ମାସ ପୂର୍ବେ ଭୋଗରାଇ ବ୍ଲକରେ ଚାକିରି ପାଇଥିଲେ । ଏନେଇ ସେ ବାଲେଶ୍ବର ଜିଲ୍ଲାର ଦେହୁର୍ଦା ସ୍ଥିତ ଏକ ଭଡା ଘରେ ରହୁଥିଲେ ମୋନାଲିସା । ଗତକାଲି ଡ୍ୟୁଟି ସାରି ଉକ୍ତ ଭଡା ଘରକୁ ଫେରିଥିଲେ । ହେଲେ ସକାଳପୁ ଆଉ କବାଟ ଖୋଲି ନଥିଲେ ।

ତାଙ୍କ ପାଖ ପଡୋଶୀ ତାଙ୍କୁ ବାହାରକୁ ବାହାରିବାର ନଦେଖି ସନ୍ଦେହ କରି କବାଟ ବାଡେଇଥିଲେ । ହେଲେ ବହୁ ସମୟ ପରେ ବି କବାଟ ନଖୋଲିବାରୁ ଝପକା ପଟେ ଦେଖିବାବେଳେକୁ ମୋନାଲିସାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା ।

ଏହାପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.