Latest Odisha News

ରାଞ୍ଚିରେ ଗାଡ଼ି ମଡ଼ାଇ ମହିଳା SIଙ୍କୁ ହତ୍ୟା

ରାଞ୍ଚି :  ରାଞ୍ଚିରେ ଘଟିଛି ଅଘଟଣ। ଜଣେ ମମହିଳା ପୋଲିସ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ବିଚ୍ ରାସ୍ତା ଉପରେ କରିଛନ୍ତି ହତ୍ୟା। ଗାଡି ଚେକିଂ କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି।  ଚେକିଂ ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରିଦେଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି ।

BjdElectrycity

ଭୋର ୩ଟା ସମୟରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋପ୍ନୋ ରାଞ୍ଚି ଜିଲ୍ଲା ତୁପୁଦାନା ଅଞ୍ଚଳରେ ଗାଡି ଚେକିଂ କରୁଥିଲେ । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସିଥିଲା । ପିକ୍‌ଅପ୍‌ ଭ୍ୟାନ୍‌କୁ ରୋକିବାକୁ ଉଦ୍ୟମ କରିଥିଲେ ସନ୍ଧ୍ୟା ।  କିନ୍ତୁ ଡ୍ରାଇଭର ଜଣଙ୍କ ନରହି ମହିଳା ପୋଲିସଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଯାହାଫଳରେ  ମହିଳା ପୋଲିସ  ଅଧିକାରୀ ସନ୍ଧ୍ୟା ଟୋପ୍ପୋଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା।

ସେପଟେ ପୋଲିସ ଏସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ପୋଲିସ ଅଧିକାରୀଙ୍କ ଶବକୁ ଜବତ କରି ମେଡିକାଲକୁ ପଠାଇଛି । ଏହାସହିତ ନିକଟରେ ଲାଗିଥିବା ସମସ୍ତ ସିସିଟିଭିରୁ ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଛି ।

Leave A Reply

Your email address will not be published.