Latest Odisha News

BREAKING NEWS

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାମ୍ସ ଓଡ଼ିଶା ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଜିଠୁ ଆବେଦନ କରିପାରିବେ । ଆଜି ଦିନ ୧୧ଟା ରେ www.samsodisha.gov.in ରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ।  ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।

ଅଗଷ୍ଟ ୧୭ ତାରିଖ ଦିନ ୩ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ ।  ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହୋଇ ୨୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  ।  ସେପ୍ଟେମ୍ବର୨ ତାରିଖରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ବର ୫ରୁ ୭ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।  ସେପ୍ଟେମ୍ବର୧୩ ତାରିଖରେ ପ୍ରକାଶ ପାଇବ ସ୍ପଟ୍ ସିଲେକ୍ସନ ପାଇଁ ବଳକା ସିଟ୍ ତାଲିକା, ୧୩ ଓ ୧୪ ତାରିଖ ରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ ।  ସେପ୍ଟେମ୍ବର ୧୫ ରେ ପ୍ରକାଶ ପାଇବ ଫାଇନାଲ ମେରିଟ ଲିଷ୍ଟ  ସେପ୍ଟେମ୍ବର ୧୫ ଓ ୧୬ ତାରିଖ ୨ ଦିନ ହେବ ସ୍ପଟ ଆଡ଼ମିଶନ ।

ଚଳିତ ବର୍ଷ ଠାରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ବିଜ୍ଞପ୍ତି ଅନୁସାରେ, ୨୦୨୩ରେ ଛାତ୍ରଛାତ୍ରୀ ୧୦୦% ସିଲାବସ୍ ଅଧାରରେ ପରୀକ୍ଷା ଦେବେ। ହେଲେ ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବ। କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା। ୭୦ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହୋଇଥିଲା।

Leave A Reply

Your email address will not be published.