Latest Odisha News

BREAKING NEWS

ବୃଦ୍ଧ ଭିକାରୀଙ୍କ ମୃତଦେହ ନିଜ କାନ୍ଧରେ ଉଠେଇଲେ ମହିଳା ସବ୍ ଇନସପେକ୍ଟର 

ହାଇଦ୍ରାବାଦ: ଜଣେ ମହିଳା ସବ-ଇନ୍ସପେକ୍ଟର ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ନିଜ କାନ୍ଧରେ ଟେକି ପାଖାପାଖି ଗୋଟିଏ କିଲୋମିଟର ଯାଇଛନ୍ତି । ମହିଳା ପୋଲିସ କର୍ମୀଙ୍କ ଏହି କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦରୁ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । 

ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାଶିବୁଗ୍ଗା ପୋଲିସ ଥାନାରେ ମହିଳା ପୋଲିସ କର୍ମୀ ସିରିଶା ପୋଲିସର ଉପ-ନିରୀକ୍ଷକ ଭାବେ ନିୟୋଜିତ ଅଛନ୍ତି । କୋଥାରୁ ଅଞ୍ଚଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସିରିଶାଙ୍କୁ ଖବର ମିଳିଥିଲା । ଖବର ପାଇ ସେ ସେଠାରେ ପହଞ୍ଚିଥିଲେ । ମୃତଦେହ ସେଠାରୁ ଉଠାଇବାକୁ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ । ଫଳରେ ସେ ନିଜେ ମୃତଦେହ ସେଠାରୁ ଉଠେଇବାକୁ ନିଷ୍ପତ୍ତି ନେଇଥିଲେ । 

ସେ କହିଛନ୍ତି, ମୃତଦେହକୁ ଗାଡି ସାହାଯ୍ୟରେ କ୍ଷେତ ଯାଏଁ ନେବା ସହଜ ନଥିଲା କାରଣ ସେଠାରେ ରାସ୍ତା ନଥିଲା । ସେଥିପାଇଁ ସେ ମୃତଦେହ ସେଠାରୁ ଉଠାଇବାକୁ ଗାଁ ଲୋକଙ୍କୁ ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ । ସେଥିପାଇଁ ସେ ନିଜେ ମୃତଦେହ ନିଜ କାନ୍ଧରେ ଟେକି ନେଇଯାଇଥିଲେ ।

Leave A Reply

Your email address will not be published.