Latest Odisha News

BREAKING NEWS

ପୋଲିସକୁ ମହଙ୍ଗା ପଡିଲା ମହିଳାଙ୍କୁ ବିଳମ୍ବିତ ରାତି ଯାଏଁ ଥାନାରେ ପଚରାଉଚୁରା: ଲକ୍ଷେ ଟଙ୍କା ଜରିମାନା

ଅମରାବତୀ: ଜଣେ ମହିଳାଙ୍କୁ ପଚରାଉଚୁରା ପାଇଁ ବିଳମ୍ବିତ ରାତିରେ ଥାନାକୁ ଡ଼ାକିଥିବା ଯୋଗୁଁ କମିଶନରଙ୍କୁ ଲକ୍ଷେ ଟଙ୍କା ଜରିମାନା । ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗ ଅମରାବତୀର ପୂର୍ବତନ ପୋଲିସ କମିଶନର ଏବଂ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କ ଉପରେ ଏକ ଲକ୍ଷ ଜରିମାନା ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ପୋଲିସ ଷ୍ଟେସନ ଡକାଯିବ ନାହିଁ।

୨୦୧୧ ମାର୍ଚ୍ଚ ୨୧ ତାରିଖରେ ଏକ ମାମଲାରେ କଞ୍ଚନମାଳା ଗାବଡାଙ୍କ ସ୍ୱାମୀ ଗିରଫ ହେବାପରେ ଅମରାବତୀ ପୋଲିସ କଞ୍ଚନମାଳା ଓ ତାଙ୍କର ଦୁଇ ଝିଅଙ୍କୁ ଥାନାକୁ ଡାକିଥିଲେ ଓ ବିଳମ୍ବିତ ରାତି ଯାଏଁ ଥାନାରେ ଅଟକ ରଖି ଧମକ ଦେଇଥିଲେ । ଏହି ମାମଲାରେ କଞ୍ଚନମାଳା ରାଜ୍ୟ ମାନବ ଅଧିକାର ଆୟୋଗରେ ତତ୍କାଳୀନ କମିଶନର ଅମିତେଶ କୁମାର ଓ ସହର ଥାନା ନିରୀକ୍ଷକ ଶିବାଜୀ ବଚତେଙ୍କ ବିରୋଧରେ ଅଭିଯୋଗ କରିଥିଲେ । ରାଜ୍ୟ ମାନବ ଅଧିକାର ଆୟୋଗ ପୋଲିସ କମିଶନରଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା ପକାଇଛନ୍ତି ।

କଞ୍ଚନମାଳା କହିଛନ୍ତି, ପାଖାପାଖି ୧୧ ବର୍ଷ ଅପେକ୍ଷା କରିବା ପରେ ତାଙ୍କୁ ବ୍ୟୟ ମିଳିଛି । ସେ ନିଜ ସ୍ୱାମୀଙ୍କ ସମ୍ବନ୍ଧରେ ପୋଲିସକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ କିନ୍ତୁ ପୋଲିସ ତାଙ୍କୁ ଯିବାକୁ ଦେଉନଥିଲା । ସେ ବିଳମ୍ବିତ ରାତି ଯାଏଁ ଦୁଇ ଝିଅଙ୍କ ସହ ଥାନାରେ ଅପେକ୍ଷା କରିଥିଲେ । ଏସବୁ କଣ ଠିକ କି ବୋଲି ସେ ପ୍ରଶ୍ନ କରିଛନ୍ତି । କଞ୍ଚନମାଳା ଗାବଡେଙ୍କୁ ଅମରାବତୀ କମିଶନରଙ୍କଠାରୁ ଏକ ଲକ୍ଷ ଟଙ୍କାର ଚେକ ମିଳିଛି । 

Leave A Reply

Your email address will not be published.