Latest Odisha News

BREAKING NEWS

ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ‘ଫିରୋଜ ଶାହ କୋଟଲା’ ଷ୍ଟାଡିୟମ୍

ନୂଆଦିଲ୍ଲୀ: ‘ଫିରୋଜ ଶାହ କୋଟଲା’ ଷ୍ଟାଡିୟମ୍ ଏବେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ।

ଏନେଇ ମଙ୍ଗଳବାର ଦିନ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଏକ ବିଶାଳ ସମାରୋହରେ ଏହି ଷ୍ଟାଡିୟମର ନୂତନ ନାମକରଣ କରାଯିବ । ଏହି ଷ୍ଟାଡିୟମରେ ଥିବା ଗୋଟିଏ ଷ୍ଟାଣ୍ଡକୁ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ନାମରେ ନାମିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ୧୯୯୯ରୁ ୨୦୧୩ ଯାଏଁ ସ୍ୱର୍ଗତଃ ଜେଟଲୀ ଡିଡିସିଏ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନିର୍ବାହ ଗ୍ରହଣ କରିଥିଲେ । ନିଜର କାର୍ଯ୍ୟକାଳ ସମୟରେ ସେ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଡ୍ରେସିଂ ରୁମ୍ ନିର୍ମାଣ ତଥା ଅତ୍ୟାଧୁନିକ ସୁବିଧା ସବୁ ଯୋଗାଇ ଦେଇଥିଲେ ।

Leave A Reply

Your email address will not be published.