Latest Odisha News

ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ

ଭୁବନେଶ୍ୱର: ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ ଭୁବନେଶ୍ୱରରେ ଏକ ପାର୍ବଣର ବାତାବରଣ ସୃଷ୍ଟି କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ଡ଼ଟ୍ ଫେଷ୍ଟର ୨ୟ ସଂସ୍କରଣ । ଯାହାକି ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କୁ ବହୁଳ ମାତ୍ରାରେ ଆକର୍ଷିତ କରିବ । ଏହି ସାଂସ୍କୃତିକ ପର୍ବରେ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ତଥା ବାହାରୁ ଆସୁଥିବା ଅତିଥିମାନଙ୍କୁ ଏକ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରୟାସ କରାଯାଇଛି ।

ଖାଦ୍ୟ ହେଉ କିମ୍ବା ମନୋରଞ୍ଜନ, କାହାଣୀ ଓ ସହରର ରାସ୍ତା; ଡ଼ଟ୍ ଫେଷ୍ଟ ସଙ୍ଗୀତଜ୍ଞ, ଗାୟକ, ଷ୍ଟାଣ୍ଡ୍‌ଅପ୍ ଆର୍ଟିଷ୍ଟ, ଡ୍ୟାନ୍ସରଙ୍କ ଦ୍ୱାରା ରୋମାଞ୍ଚକର ପ୍ରଦର୍ଶନ, ଟ୍ରେଲ୍‌, ହଜାର ହଜାର ବର୍ଷ ପୁରୁଣା ମନ୍ଦିର ଓ ଗୁମ୍ଫା , ୧୬ରୁ ଅଧିକ ଦେଶର ଷ୍ଟ୍ରିଟ୍ ଫୁଡ୍‌ ଏବଂ ବିଶ୍ୱବ୍ୟାପୀ ପ୍ରଶଂସିତ ଷ୍ଟୋରୀଟେଲରଙ୍କ କାହାଣୀର ସାକ୍ଷୀ ହେବା ପାଇଁ ଅପେକ୍ଷା କରିଛି ।

ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁଥିବା ଡ଼ଟ୍ ଫେଷ୍ଟ୍‌ର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ ଅଭିନେତ୍ରୀ, ଦିଶା ପଟାନି ଓ ଦିବ୍ୟା କୁମାରଙ୍କ ଭଳି କିଛି ସେଲିବ୍ରିଟିମାନେ ଦର୍ଶକଙ୍କୁ ନିଜ ପ୍ରଦର୍ଶନ ମାଧ୍ୟମରେ ଉତ୍ସାହିତ କରିବେ । ପ୍ରଖ୍ୟାତ ଡ୍ୟାନ୍ସ କୋରିଓଗ୍ରାଫର ସ୍ୟାମକ ଦାବର ଓ ସଲ୍‌ମାନ ୟୁସୁଫ୍ ଆଦି ମଞ୍ଚରେ ପ୍ରଦର୍ଶନ କରିବେ ଏବଂ ଗୁରୁ ରନ୍ଧାୱା, ହର୍ଶଦୀପ କୌର, ନୀତି ମୋହନ ଓ ଅମିତ ତ୍ରିବେଦୀଙ୍କ ଭଳି ସଙ୍ଗୀତର ସୁପରଷ୍ଟାର୍‌ମାନେ କଂଟେମ୍ପରାରୀ, କ୍ଲାସିକାଲ ଓ ସୁଫି ନାଇଟ୍ ପର୍‌ଫର୍ମାନ୍ସ ଉପସ୍ଥାପନ କରିବେ ।

ଦର୍ଶକମାନେ ଷ୍ଟାଣ୍ଡ-ଅପ୍ କମେଡିଆନ ସୁନୀଲ ଗ୍ରୋଭରଙ୍କ ସହ ଏକ ଲାଫ୍ଟର ରିଅଟ୍‌ର ଆନନ୍ଦ ଉଠାଇବେ ଏବଂ ଶିଳ୍ପା ରାଓଙ୍କ ସମେତ ୯୦ ଦଶକର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣ, ଅଲ୍‌କା ୟାଗ୍‌ନିକ୍ ଓ ସୁଖ୍‌ୱିନ୍ଦର ସିଂହଙ୍କ ସହ ଏକ ରେଟ୍ରୋ ନାଇଟ୍‌କୁ ଉପଭୋଗ କରିବେ । ସିଡ୍‌ହାର୍ଟ ମହାଦେବନ, ଶିବମ୍ ମହାଦେବନ ଓ ଶ୍ରୀନିଧିଙ୍କ ଏକ ଫ୍ୟୁଜନ୍‌ ଫିଏଷ୍ଟା ଦର୍ଶକମାନଙ୍କୁ ବାନ୍ଧି ରଖିବ ।

ଏ ସମ୍ପର୍କରେ ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି, ‘ଡ଼ଟ୍ ଫେଷ୍ଟ୍ ହେଉଛି ଭୁବନେଶ୍ୱରର ସହରୀ ପର୍ବ, ଯେଉଁଠାରେ ଲୋକମାନେ ସଙ୍ଗୀତ, ଖାଦ୍ୟ, ସହରର ରାସ୍ତା, ପ୍ରଦର୍ଶନୀ ଓ ଆହୁରି ଅନେକ କିଛି କାର୍ଯ୍ୟକ୍ରମ ସହିତ ସମ୍ପୁର୍ଣ୍ଣ ରାଜଧାନୀ ଉକ୍ତ ଫେଷ୍ଟକୁ ସେଲିବ୍ରେଟ୍‌ କରିବ ।’ ଡ଼ଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ସମ୍ପର୍କରେ ବିଡିଏ ଉପାଧ୍ୟକ୍ଷ, ଆଇଏଏସ୍ ବଲ୍‌ୱନ୍ତ ସିଂହ କହିଛନ୍ତି, ‘ଚଳିତ ବର୍ଷ ଡ଼ଟ୍ ଫେଷ୍ଟ୍ ଅତୁଳନୀୟ ହେବାକୁ ଯାଉଛି କାରଣ ଏହା ରାଜ୍ୟର ସାଂସ୍କୃତିକ ଶକ୍ତିକୁ ପାଳନ କରିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ରିତ କରିକ ଏବଂ ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍‌, ପର୍‌ଫର୍ମର୍‌, ମେକର୍ ଓ କ୍ରିଏଟରମାନଙ୍କୁ ନିଜର ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏକ ଅସାଧାରଣ ପ୍ଲାଟ୍‌ଫର୍ମ ଦେବ ।’ ଏହି ଅବସରରେ ବିଏମ୍‌ସି କମିଶନର, ଆଇଏଏସ୍‌,  ବିଜୟ ଅମୃତ କୁଲାଙ୍ଗେ ଏବଂ ଡ଼ଟ୍ ଫେଷ୍ଟ୍‌ର ଲେବର୍‌ କମିଶନର ଓ ନୋଡାଲ ଅଫିସର, ଆଇଏଏସ୍ ଥିରୁମାଲା ନାୟକ ମଧ୍ୟ ଉପସ୍ଥିତ ଥିଲେ ।

ପାର୍ବଣର ପର୍ବର ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରଥମେ ୨୦୧୮ରେ ଡ଼ଟ୍ ଫେଷ୍ଟ୍ ଆରମ୍ଭ ହୋଇଥିଲା । ଡ଼ଟ୍ ଫେଷ୍ଟ୍‌ର ପୂର୍ବ ସଂସ୍କରଣ ଆନ୍ତର୍ଜାତୀୟ ଓ ଜାତୀୟ ମିଡିଆ, ଲୋକପ୍ରିୟ ହକି ଖେଳାଳିଙ୍କ ସମେତ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ଓ ଭୁବନେଶ୍ୱରରୁ ଲକ୍ଷ ଲକ୍ଷ ଲୋକଙ୍କ ଯୋଗଦାନ କାରଣରୁ ଏକ ବଡ ସଫଳତାରେ ପରିଣତ ହୋଇଥିଲା । ଚଳିତ ବର୍ଷ ଦର୍ଶକମାନେ ଭୁବନେଶ୍ୱରର ସହରର ରାସ୍ତାଗୁଡିକର ଅନୁଭୂତି ପାଇପାରିବେ, ସେମାନେ ସ୍ଥାନୀୟ ସାହିତ୍ୟ, କାବ୍ୟ ଓ କାହାଣୀଗୁଡିକର ମହାନତାକୁ ବଞ୍ଚାଇ ରଖିବା ପାଇଁ ବୟସ୍କଙ୍କ ସହିତ ବିଶେଷ କରି ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରୀଟେଲିଙ୍ଗ୍‌ (ଭୁଫେସ୍‌ଷ୍ଟୋ)ର ଅନୁଭୂତି ମଧ୍ୟ ପାଇପାରିବେ ।

ଏହି ୧୫ ଦିନିଆ ଲମ୍ବା କାର୍ଯ୍ୟକ୍ରମ ସେବେ ଓ ଏବେ (ଦେନ୍ ଆଣ୍ଡ ନାଓ) ନାମକ ଏକ କଳାତ୍ମକ ରୂପେ ପ୍ରସ୍ତୁତ ଇଭେଂଟ୍‌ର ଆୟୋଜନ କରିବ, ଏହା ହେଉଛି ଏକ ଫଟୋ ପ୍ରଦର୍ଶନୀ ଯାହା ସ୍ୱାଧୀନ ଭାରତର ଅନ୍ୟତମ ପ୍ରଥମ ପ୍ଲାନ୍‌ଡ ସିଟି ଭୁବନେଶ୍ୱରର ଗୌରବମୟ ଇତିହାସକୁ ପ୍ରଦର୍ଶିତ କରିବ । ଏହା ଛଡା ଏଠାରେ ଇଂଟରନ୍ୟାଶନାଲ ଫୁଡ୍ ଫେଷ୍ଟିଭାଲ, ପ୍ରଥମ ଧରଣର ନାଇଟ୍ ବାଜାର୍ ଓ ଫ୍ଲି ମାର୍କେଟ୍‌ର ମଧ୍ୟ ଆୟୋଜନ ହେବ ।

କ୍ରୀଡାରେ ବର୍ଦ୍ଧିତ ନିବେଶ ସହିତ ଓଡିଶା ଭାରତର କ୍ରୀଡା ରାଜଧାନୀରେ ପରିଣତ ହୋଇଛି ଏବଂ ହକି ବିଶ୍ୱକପ୍ ଟୁର୍ଣ୍ଣାମେଂଟ୍‌ଗୁଡିକୁ ଗତ ୪ ବର୍ଷ ହେବ କ୍ରମାଗତ ଭାବେ ଭୁବନେଶ୍ୱରରେ ଆୟୋଜନ କରାଯାଉଛି । ଓଡ଼ିଶା ଭାରତର ଏକ ସ୍ପୋର୍ଟସ୍ ହବ୍‌ ହେବା ଦ୍ୱାରା ଏହା କେବଳ ରାଜ୍ୟକୁ ଏହାର ଲାଭ ଉଠାଇବା ଓ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ସକ୍ଷମ କରୁନାହିଁ ବରଂ ଭୁବନେଶ୍ୱରର ସାଂସ୍କୃତିକ ଦିଗକୁ ସାମ୍‌ନାକୁ ଆଣିଛି ।

Comments are closed.