Latest Odisha News

BREAKING NEWS

୫୨ ଦିନ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ, ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଗର୍ଭରେ ଯାଆଁଳା ଶିଶୁ ଥିବା ନେଇ ଜଣା ପଡ଼ିବା ପରେ ଗତ ଅକ୍ଟୋବର ମାସରେ ଜଣେ ମହିଳା ପ୍ରଥମ ମୃତଶିଶୁକୁ ଜନ୍ମ ଦେଇଥିଲେ। ଅନ୍ୟ ଶିଶୁଟି ଡିସେମ୍ବର ମାସରେ ଜନ୍ମ ଗ୍ରହଣ କଲା । ଦୀର୍ଘ ୫୨ ଦିନ ଧରି କିମସ ଡାକ୍ତର ଅକ୍ଳାନ୍ତ ପରିଶ୍ରମ କରି ମାଆ ଓ ଶିଶୁର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।

ମାଆ ମେଦବହୁଳତା, ଥାଇରଏଡ ଓ ମଧୁମେହ ରୋଗରେ ପୀଡ଼ିତ ଥିଲେ ମଧ୍ୟ କିମସ ଡାକ୍ତରଙ୍କ ଯୋଗୁଁ ନୂଆ ଜୀବନ ପାଇ ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଆ ଆଇଭିଏଫ୍‍ ପ୍ରକ୍ରିୟାରେ ଗର୍ଭଧାରଣ କରିଥିଲେ । ଓଡ଼ିଶା ସ୍ୱାସ୍ଥ୍ୟସେବା ଇତିହାସରେ ଦୀର୍ଘ ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିବା ବିନା ଅସ୍ତ୍ରୋପଚାରରେ ପ୍ରସବ ହେବା ପ୍ରଥମ ଘଟଣା ।

କଟକ ଜିଲ୍ଲା କେନ୍ଦୁପାଟଣାର ପ୍ରଭାତି ବେଉରା (୩୧)ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଗତ ଅକ୍ଟୋବର ୨୮ତାରିଖରେ ସେ କିମ୍ସର ଡାକ୍ତରଙ୍କୁ ସାକ୍ଷାତ କରିଥିଲେ। ପରୀକ୍ଷା ପରେ ପ୍ରଭାତିଙ୍କ ପେଟରେ ଯାଆଁଳା ଶିଶୁ ଥିବା ଜଣାପଡ଼ିଲା ଓ ଅକ୍ଟୋବର ୨୯ତାରିଖରେ ପ୍ରଭାତିଙ୍କ ସାଧାରଣ ପ୍ରସବ ହୋଇ ଏକ ମୃତଶିଶୁ କନ୍ୟା ଜନ୍ମ ହୋଇଥିଲା । ଅନ୍ୟ ଶିଶୁଟି ଅପରିପକ୍ୱ ଥିବାରୁ ଓ ସାଧାରଣ ଭାବେ ପ୍ରସବ ନନେବାରୁ ଡାକ୍ତରମାନେ ତାକୁ ପ୍ରଭାତିଙ୍କ ପେଟରେ ଯତ୍ନ ସହକାରେ ଚିକିତ୍ସା ମଧ୍ୟରେ ରଖିବାକୁ ବାଧ୍ୟ ହୋଇଥିଲେ ।

ମାଆଙ୍କଠାରେ ମେଦବହୁଳତା, ଥାଇରଏଡ ଓ ମଧୁମେହ ଆଦି ସମସ୍ୟା ଥିଲେ ମଧ୍ୟ ଡାକ୍ତରମାନେ ଜୀବନ ରକ୍ଷାକାରୀ ଔଷଧ ଜରିଆରେ ଉଭୟ ମାଆ ଓ ଛୁଆର ଯତ୍ନ ନେଲେ । ଆଇଭିଏଫ୍‍ ପ୍ରକ୍ରିୟାରେ ଗର୍ଭଧାରଣ ହୋଇଥିବାରୁ ଉଭୟ ଶିଶୁଙ୍କ ଗର୍ଭନାଡ଼ ଅଲଗା ହୋଇଯାଇଥିଲା । ଏହାର ସୁଯୋଗ ନେଇଥିଲେ କିcdm ଡାକ୍ତର ଓ ଉଭୟ ମାଆ ଓ ଶିଶୁଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଡିସେମ୍ବର ୧୯ରେ ଦୀର୍ଘ ୫୨ ଦିନ ବ୍ୟବଧାନରେ ଅନ୍ୟତମ ପୁତ୍ର ସନ୍ତାନ ପ୍ରସବ କରିଥିଲେ> ମୃତଶିଶୁ କନ୍ୟା ୫୫୦ ଗ୍ରାମ ଥିବା ବେଳେ ପୁତ୍ର ସନ୍ତାନଟି ୧୩୭୦ ଗ୍ରାମ ରହିଛି ।

ଏବେ ଶିଶୁଟି ଏନ୍ଆରଇସିୟୁରେ ରହିଛି। ଏଭଳି ଏକ ବିରଳ ଚିକିତ୍ସାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ କିମସ ସ୍ତ୍ରୀରୋଗ ବିଭାଗୀୟ ମୁଖ୍ୟ ଡା ଜ୍ୟୋତ୍ସ୍ନାମୟୀ ପଣ୍ଡା, ଡା ପ୍ରମିଳା ଜେନା ଓ ତାଙ୍କ ଡାକ୍ତରୀ ଦଳ। କିମ୍ସରେ ଅଧିକ ବିପଦ ସମ୍ଭାବନା ଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସା ପରିଚାଳନା ପାଇଁ ଏକ ହାଇରିସ୍କ ପ୍ରେଗନାନସି ମନିଟରିଂ କମିଟି ରହିଛି । ଏହି କମିଟିରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ରହିଛନ୍ତି । ଏହି କମିଟି କିମ୍ସ ମୌଳିକ ରୋଗୀ ଚିକିତ୍ସା ନୀତି ଆଧାରରେ ଏଭଳି ଗର୍ଭବତୀ ମହିଳାଙ୍କ ଚିକିତ୍ସା ଓ ଯତ୍ନ ନିମନ୍ତେ ସମୟକୁ ସମୟ ଆବଶ୍ୟକ ନିଷ୍ପତ୍ତି ନେଇଥାନ୍ତି ।

ଉଭୟ ମାଆ ଓ ଶିଶୁ ସୁସ୍ଥ ଥିଲେ ମଧ୍ୟ ଶିଶୁର ଓଜନ ବଢ଼ି ୧୭୫୦ଗ୍ରାମ ହେବା ପର୍ଯ୍ୟନ୍ତ ଆଉ କିଛି ଶିଶୁକୁ ନିରୀକ୍ଷଣରେ ରଖାଯିବ ବୋଲି କିମ୍ସ ଶିଶୁରୋଗ ବିଶେଷଜ୍ଞ ଡା ସନ୍ତୋଷ ପଣ୍ଡା ଓ ଡା ମାନସ ନାୟକ ପ୍ରକାଶ କରିଛନ୍ତି। ଏଭଳି ଏକ ବିରଳ ସଫଳ ଚିକିତ୍ସା କରିଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସଂପୃକ୍ତ ଡାକ୍ତରୀ ଦଳକୁ ସାଧୁବାଦ ଜଣାଇବା ସହ ଉଭୟ ମାଆ ଓ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.