Latest Odisha News

BREAKING NEWS

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ କରିଥିଲେ ।

ପୁରୀରେ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ ଉପରେ କଟକଣା ଲାଗିଥିବାରୁ ଭକ୍ତମାନେ କରୋନା ରିପୋର୍ଟ ପାଇପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଣିକି ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି ସିଡିଏମଓ । ଫଳରେ ଭକ୍ତ ସହଜରେ ରିପୋର୍ଟ ଟିଏ ପାଇ ଦର୍ଶନ କରିପାରିବେ ବୋଲି ଆଶା ରହିଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଏବେ ନଅ ମାସ ପରେ ମନ୍ଦିର ଖୋଲିଥିଲା ବେଳେ ଜଗାକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଆଗ୍ରହ ରହିଥିଲା । କିନ୍ତୁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ।

Leave A Reply

Your email address will not be published.