Latest Odisha News

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା ।

ସେହିପରି ମାମଲାକୁ ବି ଜୁଭେନାଇଲ୍ ଜଷ୍ଟିସ ବୋର୍ଡକୁ ପଠାଇଛନ୍ତି ନୟାଗଡ଼ ପକସୋ କୋର୍ଟ । ଆସନ୍ତା 8 ତାରିଖରେ ଅଭିଯୁକ୍ତକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରାଯିବ । ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନକୁ ବି ଜୁଭେନାଇଲ୍ ଜଷ୍ଟିସ ବୋର୍ଡକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତର ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଅନୁସାରେ ତାକୁ ନାବାଳକ ଦର୍ଶାଇଥିଲେ ନୟାଗଡ଼ ପକସୋ କୋର୍ଟ । ଏହାସହ ତାର ମାଆ ଓ ଭଉଣୀଙ୍କର ବୟାନ ବି ରେକର୍ଡ ହୋଇଥିଲା । କ୍ରାଇମବ୍ରାଞ୍ଚ ଡିସେମ୍ବର 20 ତାରିଖରେ ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିଲା । ତାକୁ ସାବାଳକ ବୋଲି କହିଥିଲା ଏସଆଇଟି ।

Leave A Reply

Your email address will not be published.