Latest Odisha News

ବାରବାଟି ଲଢ଼େଇ ପାଇଁ ମଇଦାନ ରେଡି : ଆଜି ସୁରକ୍ଷା ମକଡିଲ କରିବ ପୋଲିସ

ଟିକେଟ ପାଇଁ ରାତି ଅଧରୁ ଲାଗିଛି ଲମ୍ବା ଲାଇନ୍

ଭୁବନେଶ୍ବର: ବାରବାଟି ଲଢ଼େଇ ପାଇଁ କ୍ରିକେଟ ପ୍ରଶଂସକମାନଙ୍କ ଆଖିରେ ନିଦ ନାହିଁ । ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇଁ ରାତି ଅନିଦ୍ରା ମଧ୍ୟ ହେଉଛନ୍ତି ପ୍ରଶଂସକ । କଟକରେ ବାରବାଟୀ ଟି-୨୦ ମ୍ୟାଚ୍ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ପାଇଁ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀ ଯିବେ ମାନେ ତାଙ୍କର ପୁରା ଟିମ ବାରବାଟିରେ ଉପସ୍ଥିତ ରହିବ । ଏଥିରୁ ଅନୁମାନ କରାଯାଉଛି ବାରବାଟିରେ ପୁରା ଖେଳ ଜମିବ ।

ବାରବାଟି ମ୍ୟାଚରେ ଫ୍ୟାନଙ୍କ ବେଶଭୂଷା ଯେପରି ବିଜେଡି ବିଜେଡି ଲାଗିବ ସେଥିପାଇଁ ନବୀନଙ୍କ ଫ୍ୟାନ୍ ମାନେ ମଧ୍ୟ ନିଆରା କିଛି ଦେଖାଇବା ପାଇଁ ପ୍ରସ୍ତୁତି ଜୋରସୋର ଚଳାଇଛନ୍ତି । ସେପଟେ ବାରବାଟିରେ କ୍ରିକେଟ ମ୍ୟାଚ ପାଇଁ ଅନେକ ଦିନରୁ ଅପେକ୍ଷା କରିଛନ୍ତି ଦର୍ଶକ । ହେଲେ କମ୍ ସଂଖ୍ୟକ ଟିକେଟ ଥିବାରୁ ଅନେକ ଯୁବ ପ୍ରଶଂସକ ନିରାଶ ହେବା ସ୍ବାଭାବିକ  । କାଉଣ୍ଟରରେ ଟିକେଟ ବିକ୍ରି ହେଉଛି  ହେଲେ ଗତକାଲି ରାତି ଠାରୁ ଟିକେଟ ପାଇ କ୍ରିକେଟପ୍ରେମୀଙ୍କ ଭିଡ଼ ଜମିଛି ।

ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବ  ଜାଣିଥିଲେ ମଧ୍ୟ ରାତି ଅଧରୁ ଧାଡି ଲାଗିଛି । ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨ ହଜାର ୯୩ଟି ଟିକେଟ ଉପଲବ୍ଧ ହେବ । ଏଥିରୁ ୧୩୬୨ ଦାମୀ ଟିକେଟ ଓ ୧୦ ହଜାର ୭୩୧ ଗ୍ୟାଲେରି ଟିକେଟ ରହିଛି ବୋଲି ଓସିଏ ସ୍ପଷ୍ଟ କରିଛି । ଟିକେଟ ବିକ୍ରି ପାଇଁ ମୋଟ ୯ଟି କାଉଣ୍ଟର ହୋଇଛି । ଏଥିରୁ ମହିଳାଙ୍କ ପାଇଁ ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ତେବେ ସବୁ କାଉଁଟରରେ ଭିଡ ଲାଗି ରହିଛି ।  ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ୍ ଓ ସିଏମସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି । ସେପଟେ ପୁଲିସ୍ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେବେ ।

ଆଜି ଦିଲ୍ଲୀରେ ପ୍ରଥମ ମ୍ୟାଚ ଖେଳିସାରିବା ପରେ ଆସନ୍ତାକାଲି ଦୁଇ ଟିମ ଭୁବନେଶ୍ବରରେ ଆସି ପହଁଚିବା ସ୍ଥିର ହୋଇଛି ।  ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । କଟକ ବାରବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-୨୦ମ୍ୟାଚ ପାଇଁ  ବିମାନବନ୍ଦରରୁ ମେ ଫେୟାର ହୋଟେଲ ଏବଂ କଟକ  ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଭୁବନେଶ୍ୱର  ପୋଲିସ । ବିଶେଷ କରି ଖେଳାଳି ଆସିବା ଓ ଯିବା ସମୟରେ ଯେଭଳି କୌଣସି ସମସ୍ୟା ନ ଉପୁଜିବ ସେଥିପାଇଁ ମଧ୍ୟ ସମସ୍ତ ବନ୍ଦୋବୋସ୍ତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ପକ୍ଷରୁ କୁହାଯାଇଛି ଯେ  ୧୦ତାରିଖ ଅପରାହ୍ନରେ ଉଭୟ ଟିମ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । କଡ଼ା ସୁରକ୍ଷା ଭିତରେ ଉଭୟ ଟିମକୁ ବିମାନବନ୍ଦରରୁ ହୋଟେଲକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ପରେ ୧୧ ତାରିଖରେ ଉଭୟ ଟିମ ବାରବାଟି ଅଭ୍ୟାସ ପାଇଁ ଯିବେ। ସବୁ ସମୟରେ ଖେଳାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଆଜି  କମିଶନରେଟ ପୋଲିସ ପକ୍ଷରୁ ମକଡ୍ରିଲ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି  ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ବରିଷ୍ଠ ପୋଲିସ ଅଧିକାରୀ ମାନେ ତାଙ୍କୁ ସହଯୋଗ କରିବେ ।

ଏହା ସହ ଖେଳାଳି ଆସିବା ବେଳେ ରାସ୍ତାର ଗୋଟିଏ ପାର୍ଶ୍ଵ ସିଲ କରିଦିଆଯିବ। ଟ୍ରାଫିକ ଛକ ମାନଙ୍କରେ ବ୍ୟାପକ ଟ୍ରାଫିକ ପୋଲିସ ମୂତୟନ କରାଯିବ । କଟକ ପ୍ରାକ୍ଟିସ ପାଇଁ ଯିବାବେଳେ ୨୧ ପ୍ଲାଟୁନ ଫୋର୍ସ ମୂତୟନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ମେ ଫେୟାର ହୋଟେଲର ଚତୁର୍ପାଶ୍ୱରେ ବ୍ୟାପକ ବନ୍ଧୁକଧାରୀ ପୋଲିସ ମୂତୟନ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.