ଦୋହା : କାତାରରେ ୨୦୨୨ ଫିଫା ବିଶ୍ୱକପ୍ ନଭେମ୍ବର ୨୧ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ୫ଟି ସହରର ୩୨ଟି ଦଳକୁ ନେଇ ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଲିଗ୍ ପର୍ଯ୍ୟାୟରେ ପ୍ରତିଦିନ ୪ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ନଭେମ୍ବର ୨୧ରେ ଉଦ୍ଘାଟନୀ ମ୍ୟାଚ୍ ଅଲ୍ ଖୋରର ଅଲ ବେଟ୍ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦିବସର ଚତୁର୍ଥ ତଥା ଶେଷ ମ୍ୟାଚ୍ ରାତି ୧୦ଟାରୁ ଆରମ୍ଭ ହେବ ।
ଫାଇନାଲ ମ୍ୟାଚ୍ ଡିସେମ୍ବର ୧୮ରେ ଲୁସେଲ୍ ଷ୍ଟାଡିୟମରେ ଖେଳାଯିବ । ୧୩ ଓ ୧୪ରେ ସେମିଫାଇନାଲ୍ ଅଲ ବେଟ୍ ଷ୍ଟାଡିୟମ ଓ ଲୁସେଲରେ ଖେଳାଯିବ । ଫିଫାର ଟୁର୍ଣ୍ଣାମେଣ୍ଟ ଓ ଇଭେଣ୍ଟ ଅଫିସର କଲିନ ସ୍ମିଥ୍ କହିଛନ୍ତି, ବିଶ୍ୱକପ୍ ହେଉଛି ଫୁଟବଲରେ ଏକ ବିରାଟ ଉତ୍ସବ । ଆଶା କରୁଛୁ କାତାରରେ ଏକ ନୂଆ ପରିବେଶରେ କେବଳ ୩୨ଟି ଦଳର ନୁହଁ ବରଂ ସାରା ବିଶ୍ୱର ପ୍ରଶଂସକ ଆସି ଏହି ବିରାଟ ଉତ୍ସବରେ ସାମିଲ ହେବେ ।
Comments are closed.