Latest Odisha News

BREAKING NEWS

ଭଦ୍ରକରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି। ଏସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୨ ଜଣ କ୍ୱାରେଣ୍ଟାଇନ୍ ଓ ଜଣେ ସ୍ଥାନୀୟ ମାମଲା ରହିଛି।

ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ମହାନଗର ସ୍ଥିତ ଜଗନ୍ନାଥପୁର ନ୍ୟୁ କଲୋନୀରୁ ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଧାମନଗରର ଓଏଭି କ୍ୱାରେଣ୍ଟାଇନ ସେଣ୍ଟରରୁ ୨ ବାହାରିଛନ୍ତି।

ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏଠାରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଟି ସକ୍ରିୟ ମାମଲା ରହିଛି। ଏହାବ୍ୟତିତ ୨୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.