Latest Odisha News

BREAKING NEWS

ବିଶ୍ୱକପ ଫାଇନାଲରେ ଭାଷଣ ଦେବାକୁ ଚାହୁଁଥିଲେ ଜେଲେନସ୍କି, ମନା କଲା ଫିଫା

କୀଭ: ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମର ଜେଲେନସ୍କି ଭାଷଣ ଦେବାକୁ ଚାହୁଁଥିଲେ । ଏହା ମାଧ୍ୟମରେ ସେ ଶାନ୍ତି ବାର୍ତା ଦେବା ପାଇଁ ଉଦ୍ୟମ କରିଥାନ୍ତେ, ମାତ୍ର ଫିଫା ଏଥି ନିମନ୍ତେ ମନା କରିଥିଲା । ରବିବାର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଷ୍ଟାଡିୟମରେ ଉପସ୍ଥିତି ପ୍ରଶଂସକଙ୍କ ମାଧ୍ୟମରେ ୟୁକ୍ରେନ ରାଷ୍ଟ୍ରପତି ସାରା ବିଶ୍ୱକୁ ବାର୍ତା ଦେଇଥାନ୍ତି । ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଏହି ଟୁର୍ଣ୍ଣାମେଂଟରେ ସେମାନଙ୍କୁ ଭାଗ ନେବା ଉପରେ କଟକଣା ଲାଗିଥିଲା ।

ରୁଷକୁ ରୋକିବା ପାଇଁ ୟୁକ୍ରେନ ପକ୍ଷର ଯଥାସମ୍ଭବ ଉଦ୍ୟମ କରାଯାଉଛି । ଏପରିକି ଇସ୍ରାଏଲର ସଂସଦ, ଆମେରିକାର ସଂସଦ, ଗ୍ରାମୀ ପୁରସ୍କାର, କାନ୍ସ ଫିଲ୍ମ ଫେଷ୍ଟିଭାଲ, ଜି-୨୦ ସମ୍ମିଳନୀରେ ଜେଲେନସ୍କି ଶାନ୍ତିର ବାର୍ତା ଦେବା ସହ ରୁଷର ମୁଖା ଖୋଲିଛନ୍ତି । ତେବେ ଫିଫା ମନା କରିବା ଯୋଗୁ ୟୁକ୍ରେନକୁ ଶକ୍ତ ଧକ୍କା ଲାଗିଛି । ଶୁକ୍ରବାରଠାରୁ ରୁଷିଆ ପୁନର୍ବାର ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ।

Comments are closed.