Latest Odisha News

BREAKING NEWS

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

ମହିଳା ପ୍ରଦର୍ଶନକାରୀଙ୍କୁ ଫିଫା ବିଶ୍ବକପରେ ସମର୍ଥନ କଲେ ଇରାନର ଜାତୀୟ ଫୁଟବଲ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି ଇରାନ ଫୁଟବଲ ଖେଳାଳି । ଖାଲି ସମର୍ଥନ କରିନାହାଁନ୍ତି ଏପରିକି ହିଜାବ ବିରୋଧୀ ମହିଳାଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାନ ବେଳେ ଚୁପଚାପ ଠିଆ ହୋଇଥିଲେ ଇରାନ ଟିମର ଖେଳାଳି । କତାରରେ ଚାଲିଥିବା ଫିଫା ବିଶ୍ୱକପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି ।

ଇରାନ ଫୁଟବଲ ଦଳର ଖେଳାଳିମାନେ ଆଜି ବିଶ୍ବକପ୍ ର ଦ୍ବିତୀୟ ମ୍ୟାଚ୍  ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଖେଳାଳିମାନେ ଜାତୀୟ ସଂଗୀତ ଗାନ କରିବାକୁ ମନା କରିଦେଇଥିବା ଦେଖିବାକୁ ମିଳିଥିଲା ।

ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାତୀୟ ସଂଗୀତ ବାଜିବାବେଳେ ସମସ୍ତ 11 ଖେଳାଳି ଚୁପଚାପ୍ ଠିଆ ହୋଇଥିଲେ। ଏହି ସମୟରେ ସେମାନେ  ବହୁତ ଭାବପ୍ରବଣ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ  ଚଳିତ ବର୍ଷ ପୋଲିସ ହେପାଜତରେ 22 ବର୍ଷୀୟ ମହସା ଆମିନୀଙ୍କ ଠିକ୍ ଭାବରେ ହିଜାବ ପିନ୍ଧି ନଥିବାରୁ ଇରାନର ମୋରାଲ ପୋଲିସ ତାଙ୍କୁ ଗିରଫ କରିଥିଲା । ହାଜତରେ ତାଙ୍କର ମୃତ୍ୟୁ ପରଠାରୁ ଇରାନରେ ବିରୋଧ ଜାରି ରହିଛି। ମହିଳାମାନେ ରାସ୍ତାରେ ହିଜାବ୍  ବିରୋଧୀ ଆନ୍ଦୋଳନ ଚଳାଇଛନ୍ତି । ଅନେକ ମହିଳା ଭିଡିଓ ରେ କେଶ କାଟି ଭାଇରାଲ କରୁଛନ୍ତି । ସେପଟେ  ଇରାନରେ ପ୍ରଦର୍ଶନକାରୀଙ୍କୁ ଦମନ କରିବା ପାଇଁ ଲାଠିଚାର୍ଜ କରାଯାଉଛି। ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଆନ୍ଦୋଳନକୁ ଏବେ ଫୁଟବଲ ଟିମ୍ ର ସମର୍ଥନ ମିଳିଛି । ସେପଟେ ଖେଳାଳିମାନଙ୍କର ଏହି ସମୟର ଭିଡିଓକୁ ଇରାନ ସରକାର ସେନସର ଲଗାଇଛନ୍ତି ।

Leave A Reply

Your email address will not be published.