ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଅଣ୍ଡର-17 ମହିଳା ଫିଫା ବିଶ୍ବକପ । ଆଜି ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଶକ୍ତିଶାଳୀ ଆମେରିକା। ଏନେଇ ଦୁଇଦଳ ଅଭ୍ୟାସ ଜୋରଦାର କରିଛନ୍ତି । ଦୁଇ ଦଳ ମ୍ୟାଚ ଜିତିବା ନେଇ ଆଶା ରଖିଛନ୍ତି ।
The seventh #U17WWC kicks off on Tuesday!
Ahead of the tournament, FIFA+ took a look at the stats from previous editions, and they're pretty impressive! ??
— FIFA Women's World Cup (@FIFAWWC) October 9, 2022
କଳିଙ୍ଗ ଷ୍ଟାଡିୟମରେ ଖେଳ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ବିଶ୍ବସ୍ତରୀୟ ଫୁଟବଲ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ସମସ୍ତ ଦଳ ରାଜଧାନୀରେ ଆସି ପହଁଚିଛନ୍ତି । ଭାରତ ଆଜି ମ୍ୟାଚ ପାଇଁ ଅପେକ୍ଷାରେ ରହିଛି ।
? MATCHDAY?
India ?? take on USA ?? in their first encounter of #U17WWC ? tonight ?
?Kalinga Stadium, Bhubaneswar
? 8 PM IST
? @Sports18 #INDUSA#BackTheBlue ? #ShePower ? #IndianFootball
pic.twitter.com/H90uIjkGEC
— Indian Football Team (@IndianFootball) October 11, 2022
ଆଜିର ମ୍ୟାଚ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବା ପାଇଁ କାର୍ଯ୍ୟସୂଚୀ ରହିଛି । କଳିଙ୍ଗ ଷ୍ଟାଡିୟମ୍ ସହ ଏଠାକାର କ୍ରୀଡା ଭିତ୍ତିଭୂମି ମଧ୍ୟ ବିଶ୍ବସ୍ତରୀୟ ହୋଇଛି । ଖେଳାଳିଙ୍କ ଅଭ୍ୟାସ ପାଇଁ ଖେଳ ପଡ଼ିଆ ମଧ୍ୟ ନୂତନ ଭାବେ କରାଯାଇଛି ।
?️ Head Coach Thomas Dennerby and player Astam Oraon addressed the media ?️ ahead of #U17WWC ? at Bhubaneswar today ??
Watch the video here ?#BackTheBlue ? #ShePower ? #IndianFootball
pic.twitter.com/zYUsBijVX2
— Indian Football Team (@IndianFootball) October 10, 2022
ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମିକୁ ବିଭିନ୍ନ ଦେଶର ଖେଳାଳି ପ୍ରଶଂସା କରିଛନ୍ତି । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍ ବିଶ୍ବକପ୍ରେ ଭାରତୀୟ ଖେଳାଳିମାନେ ଭାଗ ନେଇଛନ୍ତି ।
ରାତି ୮ଟାରେ ଭାରତ –ଆମେରିକା ମଧ୍ୟରେ ମୁକାବିଲା ହେବ । ଏହା ସହ ୧୪ ଓ ୧୭ ତାରିଖରେ ମଧ୍ୟ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ହେବ ।
Comments are closed.