Latest Odisha News

BREAKING NEWS

ପାକିସ୍ତାନରେ ଆତଙ୍କବାଦୀଙ୍କ ରାସ୍ତା ଅବରୋଧ, ଜେଲରେ ଥିବା ସାଥୀଙ୍କୁ ମୁକ୍ତ କରିବାକୁ ଦାବି

ଇସଲାମାବାଦ: ଏବେ ବି ଆତଙ୍କବାଦୀଙ୍କ କବଜାରେ ଅଛନ୍ତି ପାକିସ୍ତାନ ମନ୍ତ୍ରୀ ଓ ପର୍ଯ୍ୟଟକ। ଆତଙ୍କବାଦୀମାନେ ରାସ୍ତାରୁ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଉଠାଇ ନେବା ସହ ଜେଲରେ ବନ୍ଦି ଥିବା ସାଥୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସେପଟେ ମନ୍ତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଛଡେଇ ଆଣିବାକୁ ଉଦ୍ୟମ ଜାରି ରଖିଛି ପାକିସ୍ତାନ ସରକାର। ଖୈବର ପଖତୁନଖୱା ରାଜ୍ୟକୁ ଗିଲଗିଟ-ବାଲଟିସ୍ତାନ ସହ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ‘ଅଡିଓ କ୍ଲିପ୍’ରେ ଗିଲଗିଟ-ବାଲଟିସ୍ତାନର ବରିଷ୍ଠ ମନ୍ତ୍ରୀ ଅବଦୁଲ୍ଲା ବେଗ କିଛି କଥା କହୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି ଯେ ଇସଲାମାବାଦରୁ ଗିଲଗିଟ ଅଭିମୁଖେ ଯାତ୍ରା କରୁଥିବା ରାସ୍ତାକୁ ଆତଙ୍କବାଦୀମାନେ ଅବରୋଧ କରି ସେମାନଙ୍କ ସାଥୀମାନଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଆତଙ୍କବାଦୀଙ୍କ ସାଥୀଙ୍କୁ ଜେଲରୁ ମୁକଳେଇବା ପାଇଁ ଅଧିକାରୀଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଏପରି ରାସ୍ତା ଅବରୋଧ କରାଯାଇଛି।

ଡନ୍ ଖବରକାଗଜ ସୂତ୍ରରୁ ପ୍ରକାଶ ଯେ ଗିଲଗିଟର କୁଖ୍ୟାତ ଆତଙ୍କବାଦୀ ହବିବୁର ରେହମାନଙ୍କ ସହଯୋଗୀମାନେ ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ଡାଏମରସ୍ଥିତ ଚାଲାସର ଠାକ୍ ଗାଁରେ ରାସ୍ତା ଅବରୋଧ କରିଥିଲେ। ଆତଙ୍କବାଦୀମାନେ ସେମାନଙ୍କ ସହଯୋଗୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏହି ଆତଙ୍କବାଦୀଙ୍କ ବିରୋଧରେ ନାଙ୍ଗା ପାର୍ବତ ଅଞ୍ଚଳରେ ବିଦେଶୀମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ଏବଂ ଡାୟମେରରେ ଅନ୍ୟ ଆତଙ୍କବାଦୀ ଘଟଣାରେ ଲିପ୍ତ ଥିବା ଅଭିଯୋଗ ରହିଛି।

ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ମନ୍ତ୍ରୀଙ୍କ ଏହି ‘ଅଡିଓ କ୍ଲିପ୍’ ଅନୁଯାୟୀ କମାଣ୍ଡର ଏସମ୍ପର୍କରେ ଆଲୋଚନା କରିଛନ୍ତି ଏବଂ ତାଙ୍କର ଦୁଇଟି ମୁଖ୍ୟ ଦାବି ରହିଛି। ପ୍ରଥମ ଦାବି ହେଉଛି ତାଙ୍କ ସାଥୀମାନଙ୍କୁ ଜେଲରୁ ମୁକ୍ତ କରିବା ଏବଂ ଦ୍ୱିତୀୟ ଦାବି ହେଉଛି ଇସଲାମିକ ନିୟମର କାର୍ଯ୍ୟକାରିତା। ଅର୍ଥାତ ମହିଳାମାନଙ୍କୁ କ୍ରୀଡ଼ା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଅନୁମତି ନଦିଆଯାଉ। ତେବେ ଆତଙ୍କବାଦୀଙ୍କ ଏଭଳି ଦାବି ଉପରେ ସରକାର ଆଲୋଚନା ଜାରି ରଖିଛନ୍ତି। ଟିଟିପି ସହ ଆଲୋଚନା ବିଫଳ ହେବା ପରେ ଏଭଳି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ପୂର୍ବରୁ ପାକିସ୍ତାନ ସରକାର ସତର୍କ କରିଥିଲେ ।

ନିକଟରେ ପ୍ରତିବନ୍ଧିତ ତହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ର ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ପାକିସ୍ତାନର ସଂସଦୀୟ ସଦସ୍ୟମାନେ ଚେତାବନୀ ଦେଇଥିଲେ। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିବନ୍ଧିତ ସଂଗଠନର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସମ୍ପର୍କରେ ଜଣେ ସାଂସଦ ସୂଚନା ଦେଇଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସାଂସଦ ରଜା ରାବନୀ ସାର୍ବଜନୀନ ଚିନ୍ତା ପ୍ରସଙ୍ଗରେ ସିନେଟର ଅଧ୍ୟକ୍ଷ ସାଦିକ ସଞ୍ଜରାନୀଙ୍କୁ କହିଛନ୍ତି ଯେ ସେ ଗୃହମନ୍ତ୍ରୀଙ୍କୁ ଟିଟିପି ସହ ଶାନ୍ତିବାର୍ତ୍ତା ସହ ଆଲୋଚନା କରନ୍ତୁ।

Leave A Reply

Your email address will not be published.