Latest Odisha News

BREAKING NEWS

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ ମାର୍କସ ରେଶଫୋର୍ଡ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଇରାନ ପକ୍ଷରୁ ମେହଦୀ ତରେମୀ ୨ଟି ଯାକ ଗୋଲ ଦେଇଥିଲେ । ଇଂଲଣ୍ଡ ପରି ଶକ୍ତିଶାଳୀ ଟିମ ବିପକ୍ଷରେ ଇରାନ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ର ଅଗ୍ରଣୀ ହାସଲ କରି ଇଂଲଣ୍ଡ ଭଲ ସ୍ଥିତିରେ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଓଭରାଲ ୫ଟି ଗୋଲ ସ୍କୋର ହୋଇଥିଲା । ଇଂଲଣ୍ଡ ଆଉ ୩ଟି ଦେଇଥିବା ବେଳେ ଇରାନ ୨ଟି ଗୋଲ ପରିଶୋଧ କରିଥିଲା ।

୨୦୧୮ରେ ମଧ୍ୟ ସମାନ ଶୈଳୀରେ ପାନାମକୁ ୬-୧ରେ ହରାଇ ଇଂଲଣ୍ଡ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଇଂଲଣ୍ଡ ୨୬ ନଭେମ୍ବରରେ ହେବାକୁ ଥିବା ତାର ପରବର୍ତୀ ମୁକାବିଲାରେ ଆମେରିକାକୁ ଭେଟିବ । ସେହିପରି ଇରାନ ୨୫ରେ ୱେଲ୍ସ ବିପକ୍ଷରେ ଖେଳିବ ।

Leave A Reply

Your email address will not be published.